ବେଲଗୁଣ୍ଠାରେ ମୋ ସ୍କୁଲ୍ ବୈଠକ

0
262

ବେଲଗୁଣ୍ଠା(ଶିବରାମ ଚୌଧୁରୀ) ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ବେଲଗୁଣ୍ଠା ସରକାରୀ ବୈଷୟିକ ଉଚ୍ଚ ବିଦ୍ୟାଳୟ ପରିସରରେ ମୋ ସ୍କୁଲ୍ ସଂପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠିତ ବୈଠକରେ ବେଲଗୁଣ୍ଠା ବ୍ଳକ୍ ମୋ ସ୍କୁଲ୍ ନୋଡ଼ାଲ୍ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ଯୋଗ ଦେଇ ଆଗାମୀ ଦିନରେ ବ୍ଳକ୍ ର ସମସ୍ତ ବିଦ୍ୟାଳୟ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମୋ ସ୍କୁଲ୍ କାର୍ଯ୍ୟକ୍ରମରେ ସଂଶ୍ଲିଷ୍ଟ ହେବାକୁ ପରାମର୍ଶ ଦେଇଥିବା ବେଳେ ଏହି କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରକାର ବୈଷୟିକ ସହଯୋଗ ଯୋଗାଇ ଦେବା ପାଇଁ ଘୋଷଣା କରିଥିଲେ I ସେହିପରି ସରକାରୀ ବୈଷୟିକ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଧୀର କୁମାର ସାହୁ ଯୋଗ ଦେଇ ବିଦ୍ୟାଳୟର ପ୍ରଗତି ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅଧିକ ଯତ୍ନବାନ୍ ହେବା ପାଇଁ ପରାମର୍ଶ ଦେଇଥିଲେ I ବୈଠକରେ ବେଲଗୁଣ୍ଠାରେ ମୋ ସ୍କୁଲ୍ କାର୍ଯ୍ୟକ୍ରମ ଅଗ୍ରଗତି , ବିଭିନ୍ନ ବିଦ୍ୟାଳୟର ମୋ ସ୍କୁଲ୍ ପ୍ରକଳ୍ପ ସମ୍ପର୍କରେ ଆଲୋଚନା ହେବା ସହ ଏକ୍ସଟେଣ୍ଡଡ୍ ଏମ୍.ଆଇ.ଏସ୍, ଶିକ୍ଷା ସଂଯୋଗ,ଅନ୍ ଲାଇନ କ୍ଲାସ୍, ପ୍ରାକ୍ ମାଟ୍ରିକ୍ ବୃତ୍ତି ଏବଂ ବିଦ୍ୟାଳୟ ପରିସର ସଫେଇ ଉପରେ ଆଲୋଚନା କରାଯାଇଥିଲା I କାର୍ଯ୍ୟକ୍ରମରେ ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ I

LEAVE A REPLY

Please enter your comment!
Please enter your name here