ବିଶିଷ୍ଠ ଦାସକାଠିଆ କଳାକାର ସ୍ବର୍ଗତ ହରିହର ମହାରଣା ଙ୍କ ଦ୍ୱାଦଶାହ ରେ ସ୍ମୃତିସଭା

0
283

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା) ଏହି ବ୍ଲକ ଅନ୍ତର୍ଗତ ସାଙ୍କୁଡ଼ା ପଞ୍ଚାୟତ ର ସାଙ୍କୁଡ଼ା ଗ୍ରାମର ବିଶିଷ୍ଠ ଦାସକାଠିଆ କଳାକାର ସ୍ବର୍ଗତ ହରିହର ମହାରଣା ଙ୍କ ଦ୍ଵାଦଶାହ ତିଥିରେ ସ୍ମୃତି ଚାରଣ ସକାଶେ ଏକ ସ୍ମୃତିସଭା ନିଜସ୍ୱ ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ପାରମ୍ପରିକ ଦାସକାଠି କଳାକାର ସ୍ବର୍ଗତ ମହାରଣା ଙ୍କ ଅମର ଆତ୍ମା ର ସଦଗତି ପାଇଁ ପ୍ରଥମେ ଦ୍ବୀପ ପ୍ରଜ୍ବଳନ କରାଯାଇ ଦୁଇ ମିନଟ ନିରବ ପ୍ରାର୍ଥନା କରାଯାଇଥିଲା ।ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀର ମହାସଚିବ ଦଣ୍ଡପାଣି ମହାପାତ୍ର ଓ ଦେବେନ୍ଦ୍ର କୁମାର ମହାରଣାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଗଞ୍ଜାମ ଜିଲ୍ଲା ର ବହୁ ଦାସକାଠିଆ କଳାକାର ଯୋଗଦେଇଥିଲେ । ସ୍ମୃତିସଭା ରେ ଉପସ୍ଥିତ ସମସ୍ତ ଆଗନ୍ତୁକ ଦାସକାଠିଆ କଳାକାର ସ୍ବର୍ଗତ ମହାରଣା ଙ୍କ ସ୍ମୃତି ଚାରଣ ସକାଶେ କିଛି ସମୟ ପାଇଁ ଦାସକାଠିଆ ପରିବେଷଣ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ନିଖିଳ ଉତ୍କଳ ଦାସକାଠିଆ କଳାକାର ସଙ୍ଘ ର ସଭାପତି ଉପେନ୍ଦ୍ର ପାଣିଗ୍ରାହୀ,ସମ୍ପାଦକ ଶ୍ରୀ ରବି ନାରାୟଣ ପାଣିଗ୍ରାହୀ ଙ୍କ ସମେତ ବାଳ କୃଷ୍ଣ ମିଶ୍ର, ବିଭୁତି ଭୂଷଣ ସାହୁ,ବଳଭଦ୍ର ତ୍ରିପାଠୀ, ପ୍ରମୋଦ ଚନ୍ଦ୍ର ମିଶ୍ର,ଉଦୟ ନାଥ ଜେନା, କେଦାର ମୁନି,ଗଣପତି ସେଠି, ସୁବାଷ ବେହେରା,ପ୍ରଭାକର ମହାରଣା ଓ ପ୍ରବଚକ ମୋହନ ପଣ୍ଡା, ମଦନ ବେହେରା,ଗୌର କିଶୋର ମହାରଣା, କୈଳାଶ ମହାରଣା,ପ୍ରଫୁଲ୍ଲ ଚନ୍ଦ୍ର ତିଆଡ଼ି ଓ ସାଙ୍କୁଡ଼ା ସରପଞ୍ଚ ସନ୍ତୋଷ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।ଏହି ସଭାରେ ସମସ୍ତ ଅତିଥିଙ୍କୁ ଉପଢୌକନ ଓ ଫୁଲ ଗୁଚ୍ଛ ପ୍ରଦାନ କରିବା ସହ,କୋଭିଡ ନିୟମ ମୁତାବକ ପରିବାର ତରଫରୁ ସମସ୍ତ ଅତିଥିଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଦେବେନ୍ଦ୍ର କୁମାର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ |

LEAVE A REPLY

Please enter your comment!
Please enter your name here