ପୁଣି ଚର୍ଚ୍ଚା ରେ ବଲିଉଡ଼ କୋରୀଓ ଗ୍ରାଫର ଗୁରୁ ସାଓଲିନ, ମୁର୍ତ୍ୟୁ ପରେ ନିଜ ଅଙ୍ଗ ଦାନ କରିବେ ‘ଗୁରୁ’

0
325

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା)ପୂର୍ବରୁ ସାମାଜିକ ଗଣମାଧ୍ୟମ ତଥା ମିଡ଼ିଆ ରେ ଚର୍ଚ୍ଚା ରେ ରହିଥିବା ଗୁରୁ ସାଓଲିନ ଆଜି ନିଜର ଅଙ୍ଗ ଦାନ କରିବାକୁ ନେଇ ନିଜସ୍ୱ ମତ ରଖିଛନ୍ତି | ବଲିଉଡ଼ କୋରିଓ ଗ୍ରାଫର, ଯାତ୍ରା ଜଗତର ଡ୍ୟାନ୍ସ ଦୁନିଆରେ ନିଜର ପ୍ରତିପତି ବିସ୍ତାର କରିଥିବା ଗୁରୁ ଆଜି ରାସ୍ତା କଡର ଝାଟିମାଟି ରେ ତିଆରି ମାଟି ହାଣ୍ଡି ଚା’ ଦୋକାନୀ | କିନ୍ତୁ ସ୍ୱାଭିମାନ ର ସହିତ ବଂଚିବା ଶିଖିଛନ୍ତି ଗୁରୁ | ନମ୍ର ବ୍ୟବହାରରେ ସମସ୍ତଙ୍କ ହୃଦୟ କୁ ଜିଣି ସାରିଥିବା ସାଓଲିନ ବର୍ତ୍ତମାନ ନିଜର ଅଙ୍ଗଦାନ କରିବାକୁ ନିଷ୍ପତି ନେଇ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି |ପରୋପକାରୀ ମନୋଭାବ ଥିବା ବ୍ୟକ୍ତି ଙ୍କ ସଂଖ୍ୟା ଆଜି କାଲିର ଦୁନିଆରେ ବହୁତ କମ | କିନ୍ତୁ ମୁର୍ତ୍ୟୁ ପରେ ଅଙ୍ଗଦାନ କରି ଅନ୍ୟ ମାନଙ୍କ ଜୀବନ ବଞ୍ଚାଇବା ଓ ମେଡିକାଲ ଛାତ୍ରଛାତ୍ରୀ ଙ୍କ ଗବେଷଣା ପାଇଁ ଅଙ୍ଗଦାନ କରିବାକୁ ଇଚ୍ଛା ପ୍ରକାଶ କରୁଥିବା ବ୍ୟକ୍ତି ନିହାତି ଅନ୍ୟ ମାନଙ୍କ ପାଇଁ ପ୍ରେରଣାଦାୟୀ | ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୁରୁଝରୀ ପଂଚାୟତର ଗୁଡ଼ିସାହି ର ବାସିନ୍ଦା ଗୁରୁ ସାଓଲିନ | ଘରେ ଦୁଇ ଛୋଟ ପୁଅ ଓ ଧର୍ମପତ୍ନୀ | ରାଷ୍ଟ୍ର ତଥା ସମାଜ ର ହିତ ପାଇଁ ଅଙ୍ଗଦାନ କରିବାକୁ ନିଷ୍ପତି ନେଇଥିବା ଗୁରୁ ଙ୍କ ପରିବାର ଲୋକେ କହିଥିବା ବେଳେ,ଏହି ଭଳି ସମାଜ ମଙ୍ଗଳ କାର୍ଯ୍ୟ କରିବାକୁ ଜନସାଧାରଣଙ୍କୁ ନିମନ୍ତ୍ରଣ କରିଛନ୍ତି | ଏହି ବଦାନ୍ୟ ବ୍ୟକ୍ତି ଙ୍କ ମହତ କାର୍ଯ୍ୟକୁ ବୁଦ୍ଧିଜୀବୀ ଉଚ୍ଚ ପ୍ରଶଂସା କରିଛନ୍ତି | ଗୁରୁଙ୍କ ମୁର୍ତ୍ୟୁ ପରେ ଅଙ୍ଗଦାନ କରି ଅନ୍ୟ ର ଜୀବନ ବଞ୍ଚାଇବାକୁ ଚେଷ୍ଟା କରି ଅମର ରହିବେ ଏଥିରେ ସନ୍ଦେହ ନାହିଁ |

LEAVE A REPLY

Please enter your comment!
Please enter your name here