ମହାଲକ୍ଷ୍ମୀ ପୂଜା ପାଇଁ ଆଜ୍ଞାମାଳ ଆଣିବା ସହ ଶୁଭଖୁଣ୍ଟି ସ୍ଥାପନ

0
277

ବୁଗୁଡା(ଅନିଲ କୁମାର ମହାରଣା) ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଗ୍ରାମର ବଜାର ଛକ ପାର୍ଶ୍ୱରେ ପ୍ରତି ବର୍ଷ ମହାଲକ୍ଷ୍ମୀ ପୂଜା ହୋଇଆସୁଥିବା ବେଳେ ଚଳିତ ବର୍ଷର ୧୫ତମ ମହାଲକ୍ଷ୍ମୀ ପୂଜା ପାଇଁ ବୁଧବାର ଦିନ ବାଲିପଦର ଜଗନ୍ନାଥ ମନ୍ଦିର ଓ ରଘୁନାଥ ମନ୍ଦିରରୁ ପୂଜାର କର୍ତ୍ତା କେ.କୃଷ୍ଣମୂର୍ତ୍ତି ଆଚାରୀ ଅାଜ୍ଞାମାଳ ଆଣିଥିଲେ । ବଣିକ ସଙ୍ଘର ସଦସ୍ୟ ଉମା ଶଙ୍କର ନାୟକ, କେ.ସିମାଞ୍ଚଳ ପାତ୍ର, କେ.ଅଚ୍ୟୁତ ପାତ୍ର, ଅଜିତ ବଡୁ, କେ.ରାଘବ ପାତ୍ର, ଇ.ବାଳକୃଷ୍ଣ ଦୋରା, ଏ.ସୁଧାକର ପାତ୍ର, ଜି.ରଞ୍ଜିତ ପାତ୍ର ପ୍ରମୁଖ ଆଜ୍ଞାମାଳ ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ। ଆଜ୍ଞାମାଳ ଅସ୍ଥାୟୀ ପୂଜା ମଣ୍ଡପ ନିକଟକୁ ଅଣାଯିବା ପରେ ପୂଜକ ପ୍ରଦ୍ୟୁମ୍ନ ଖାଡଙ୍ଗା, ମୁରଲୀ ଗୋସେଇଁ ଓ ଉତ୍କଳ ମହାରଣା ପୂଜାପାଠ କରି ଶୁଭଖୁଣ୍ଟି ସ୍ଥାପନ କରିଥିଲେ। ଚଳିତ ମାସ ୧୬ ତାରିଖ ଠାରୁ ଏକ ସପ୍ତାହ ବ୍ୟାପି ମହାଲକ୍ଷ୍ମୀ ପୂଜା ଉତ୍ସବ ଅନୁଷ୍ଠିତ ହେବା ସହ କୋଭିଡ ନିୟମକୁ କାର୍ଯ୍ୟକାରୀ କରାଯିବାକୁ ପୂଜା କମିଟି ପକ୍ଷରୁ ସ୍ଥିର ହୋଇଅଛି।

LEAVE A REPLY

Please enter your comment!
Please enter your name here