ନାବାଳିକା ବାହାଘର ବନ୍ଦ କଲେ ଆସ୍କା ସିଡିପିଓ ଓ କୂଳ ସଦସ୍ୟ

0
314

ଆସ୍କା(ଜଗନ ପଣ୍ଡା) ଆସ୍କା ଥାନା ଅନ୍ତର୍ଗତ କାଳଷଣ୍ଢପୁର ଗ୍ରାମରେ ଜଣେ ନାବାଳିକା ବାହାଘର ଖବର ପାଇ ଆସ୍କା ସିଡିପିଓ ତୁରନ୍ତ ପଦକ୍ଷେପ ନେବା ସ୍ୱରୂପ ନାବାଳିକା ଝିଅର ବାହାଘର କୁ ବନ୍ଦ କରିଥିଲେ | ଝିଅ ର ମା’ ଙ୍କ କହିବାନୁସାରେ ଅଜାଣତରେ ଝିଅର ବାହାଘର ଠିକ ହୋଇଯାଇଥିଲା | ବର୍ତ୍ତମାନ ଝିଅ ର ବୟସ 17 ବର୍ଷ 10 ମାସ | ଅପାଠୁଆ ହେତୁ ଜାଣି ନ ପାରି ବାହାଘର ରେ ରାଜି ହୋଇଯାଇଥିଲେ | କୂଳ ସଦସ୍ୟ,ସିଡିପିଓ କାଳଷଣ୍ଢପୁର ଗ୍ରାମର ଅଙ୍ଗନବାଡି କର୍ମୀ ଓ ସ୍ଥାନୀୟ ସ୍କୁଲ ର କିଛି ଶିକ୍ଷକ, ଶିକ୍ଷୟିତ୍ରୀ ଙ୍କ ଉଦ୍ୟମରେ ଏହି ବାହାଘର ବନ୍ଦ କରିବା ସହିତ ଝିଅ ର ମା’ଙ୍କ ଠାରୁ ଲିଖିତ ପ୍ରତିଶୃତି ରଖିଥିଲେ | ଝିଅ କୁ 18 ବର୍ଷ ହେଲେ ବାହାଘର କରିବା ନେଇ ସମସ୍ତଙ୍କ ଉପସ୍ଥିତି ରେ ବର୍ତ୍ତମାନ ବାହାଘର ସ୍ଥଗିତ ରଖାଯାଇଛି |

LEAVE A REPLY

Please enter your comment!
Please enter your name here