ବ୍ୟକ୍ତିଙ୍କ ଅସ୍ୱାଭାବିକ ମୃତ୍ୟୁ;ପୋଲିସ୍ ର ତଦନ୍ତ ଜାରି

0
276

ବେଲଗୁଣ୍ଠା(ଶିବରାମ ଚୌଧୁରୀ) ଗତକାଲି ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ପାଇଲିପଡା ପଞ୍ଚାୟତ ଧାନପୁଞ୍ଜା ଗ୍ରାମର ହୀନ ବରାଡ ନାମକ ଜଣେ ବ୍ୟକ୍ତିଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଥିବା ସୂଚନା ମିଳିଛି I ସୂଚନା ପ୍ରକାରେ ହୀନ ବରାଡ ଗତ କାଲି ସକାଳେ ଜମିକୁ କାମ କରିବାକୁ ଯାଇଥିଲେ I କାମ କରିବା ସମୟରେ ନିଜ ମୁଣ୍ଡ ଘୁରାଇବାରୁ ନିଜ ଘରକୁ ଫେରିଲା ପରେ ହଠାତ୍ ବେହୋସ ହୋଇ ପଡ଼ି ଯିବା ଫଳରେ ତାଙ୍କୁ ଚିକିତ୍ସା ପାଇଁ 108 ଆମ୍ବୁଲାନ୍ସ ସହାୟତାରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା I ସେଠାରେ ଡ଼ାକ୍ତର ହୀନଙ୍କୁ ମୃତ ଘୋଷଣା କରିଥିଲେ I ଏନେଇ ଗାଙ୍ଗପୁର ଥାନାରେ ପାଇଲିପଡା ପଞ୍ଚାୟତ ଧାନପୁଞ୍ଜା ଗ୍ରାମର ସ୍ଵର୍ଗତ ହୀନଙ୍କ ସମ୍ପର୍କୀୟ ଭାଇ କୃଷ୍ଣ ଚନ୍ଦ୍ର ସ୍ୱାଇଁଙ୍କ ଏତାଲା କ୍ରମେ ପୋଲିସ୍ 23/20 ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଛି I ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତି ରହସ୍ୟ ଜଣା ପଡ଼ିବ ବୋଲି ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ କୁମାର ଦାସ ପ୍ରକାଶ କରିଛନ୍ତି I

LEAVE A REPLY

Please enter your comment!
Please enter your name here