ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତର ଗିରଫ ଦାବିରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

0
332

ଆସ୍କା(ଜଗନ ପଣ୍ଡା)ପରୀ ହତ୍ୟା କାଣ୍ଡ ମାମଲାରେ ବିଜେପି ତାର ଆନ୍ଦୋଳନ ଜାରି ରଖିଛି।ଆଜି ଗୁମୁସର ସାଙ୍ଗଠନିକ ଜିଲ୍ଲାର ସଭାପତି ଶ୍ରୀ ଗୋକୁଳାନନ୍ଦ ମାଲିକଙ୍କ ସଭାପତିତ୍ୱରେ ଯୁବନେତା ଶ୍ରୀ ପ୍ରମୋଦ ପଣ୍ଡା,ଅନିତା ପ୍ରିୟଦର୍ଶନୀ ଓ ମହିଳା ନେତ୍ରୀ ଭାରତୀ ବେହେରାଙ୍କ ନେତୃତ୍ୱରେ ଆଜି ଏକ ବିରାଟ ରାଲୀରେ ବିଜୁପଟ୍ଟନାୟକ ଛକ ଠାରୁ ବାହାରି ଆସିକା ନୂଆ ବସ ଷ୍ଟାଣ୍ଡ ପଯ୍ୟନ୍ତ ଯାଇଥିଲେ।ସେଠାରେ ମନ୍ତ୍ରୀଶ୍ରୀ ସାହୁଙ୍କ କୁଶପୁତଲିକା ଦାହ କରିଛନ୍ତି। ରାଲିର ମୁଖ୍ୟ ଉଦ୍ଧେଶ୍ୟ ହେଉଛି ନୟାଗଡ଼ ପରୀ ମୃତୁରେ ସମ୍ପୃକ୍ତ ଥିବା ବାବୁଲି ନାୟକ ଶ୍ରୀ ଅରୁଣ ସାହୁଙ୍କ ଘନିଷ୍ଠ ହୋଇଥିବା ଯୋଗୁଁ ପୁଲିସ୍‌ ଏପର୍ଯ୍ୟନ୍ତ ତା’କୁ ଗିରଫ କରି ନାହିଁ।ପୁଲିସ୍ ଶାସକ ଦଳ ଚାପରେ କାର୍ଯ୍ୟ କରୁଛି।ପରୀ ହତ୍ୟାକାଣ୍ଡର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ନୁହେଁ ବରଂ ସିବିଆଇକୁ ହସ୍ତାନ୍ତର କରାଯାଉ।ଘଟଣାରେ ଶାସକ ଦଳର ମନ୍ତ୍ରୀଙ୍କ ସଂପୃକ୍ତି ଥିବାରୁ ଘଟଣାକୁ ଚପାଇ ଦେବା ଲାଗି ଯେଉଁ ଅପପ୍ରୟାସ ଚାଲିଛି ତାହା ପର୍ଦାଫାସ କରାଯାଉ। ମୁଖ୍ୟ ମନ୍ତ୍ରୀ ତୁରନ୍ତ ଏହି ଘଟଣାରେ ହସ୍ତକ୍ଷେପ କରି, ଶ୍ରୀ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରନ୍ତୁ। ମୁଖ୍ୟ ଅଭିଯୁକ୍ତ ବାବୁଲି ନାୟକ ଓ ତା’ର ସହଯୋଗୀଙ୍କୁ ଗିରଫ କରି କଠୋର ଦଣ୍ଡ ଦିଆଯାଉ। କର୍ତ୍ତବ୍ୟରେ ଅବହେଳା ଓ କ୍ଷମତାର ଅପବ୍ୟବହାର କରିଥିବାରୁ ନୟାଗଡ଼ ଏସ୍‌ପି ଓ ଥାନା ଅଧିକାରୀଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଏହି ରାଲି କରାଯାଇଛି ବୋଲି ସଭାପତି ଶ୍ରୀ ମାଲିକ କହିଛନ୍ତି।

LEAVE A REPLY

Please enter your comment!
Please enter your name here