ତ୍ରିଦିବସୀୟ କଳା ଶିବିର “ଅରଣ୍ୟ” ଉଦଯାପିତ

0
298

ଗଞ୍ଜାମ(ନ୍ୟୁଜଏକ୍ସଟ୍ରା)ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ବୁଦ୍ଧଖୋଲ ପୀଠ ଠାରେ ଗଂଜାମ ଏକାଡେମୀ ଅଫ ଫାଇନ ଆର୍ଟ ଦ୍ୱାରା ଆୟୋଜିତ ହୋଇଥିବା କଳା ଶିବିର ଅରଣ୍ୟ ଉଦଯାପିତ ହୋଇ ଯାଇଛି । ଶିବିର ର ପ୍ରଥମ ଦିନ ରେ ଶିଳ୍ପୀମାନେ ବୁଗୁଡା ର ଆକର୍ଷଣୀୟ ପ୍ରକୃତି କୁ ଉପଭୋଗ କାଇଥିଲେ । ଦ୍ୱିତୀୟ ଦିନରେ ବୁଦ୍ଧଖୋଲ ଠାରେ ଅବସ୍ଥିତ ପାନ୍ଥନିବାସ ର ପ୍ରାଚୀରରେ ଅରଣ୍ୟର ଦୃଶ୍ୟ କୁ ଶିଳ୍ପୀ ସମୂହ ଅଂକନ କରିଥିଲେ ଏବଂ ତୃତୀୟ ଦିନରେ କଳା ଓ କବିତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ଶିଳ୍ପୀ ମାନେ ନିଜ ନିଜର ଅନୁଭୂତି ସହ ସୃଜନଶୀଳତା କୁ ଉପସ୍ଥାପନ କରିଥିବା ବେଳେ ବୁଗୁଡା ର ବିଶିଷ୍ଟ କବିମାନେ ଅରଣ୍ୟ ଶୀର୍ଷକ କବିତା ପାଠ କରିଥିଲେ । ଏହି ଶିବିର ରେ ଓଡିଶା ର ବିଭିନ୍ନ ପ୍ରାନ୍ତରରୁ ଶିଳ୍ପୀ ଅରୁଣ ପାଳୁର, ସୁରେଶ୍ୱର ଧଳ, ଯେ. ଏମ. ପଟ୍ଟନାୟକ, ହ୍ରୁଦୟାନନ୍ଦ ପଟ୍ଟନାୟକ, କୁବେର ବାରିକ, ବିଜୟ ମଲ୍ଲିକ, ଶିବ ଶଙ୍କର ଦାସ, ଶରତ ପଣ୍ଡା, ପ୍ରଦୀପ ସାହୁ , ରବୀନ୍ଦ୍ର ଦାସ ଓ ଅରୁଣ ବାଡ଼ତିଆ ପ୍ରମୁଖ ଯୋଗଦାନ କରିଥିଲେ । କଳା ଶିବିର କୁ ପ୍ରଭାସିନୀ ଅଧିକାରୀ ସଂଯୋଜନା କରିଥିବା ବେଳେ କଳା ଓ କବିତା କାର୍ଯ୍ୟକ୍ରମ କୁ ବିଭୁତି ମିଶ୍ର ଓ ବୈଷ୍ଣବ ଦାଶ ମିଳିତ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମ ର ଶେଷ ଭାଗ ରେ ଶିଳ୍ପୀ ମାନଙ୍କୁ ସମ୍ମାନିତ କରାଯାଇ ଥିଲା । ଏହା ଗଂଜାମ ର ଲୋକ ସଂସ୍କୃତି ଓ ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ପ୍ରଚାର ପ୍ରସାର ନିମନ୍ତେ ପ୍ରତିବର୍ଷ ଆୟୋଜନ କରାଯାଉଛି ବୋଲି, ଗଞ୍ଜାମ ଏକାଡେମୀ ଅଫ ଫାଇନ ଆର୍ଟ ର ଚ୍ୟାରମ୍ୟାନ ତଥା ଅଂର୍ଜାତିୟ ଶିଳ୍ପୀ ସ୍ଥିତଧୀ ରଥ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here