ଆସ୍କାରେ କରୋନା ସ୍ଥିତି ସମୀକ୍ଷା କଲେ ଗଞ୍ଜାମ ଜିଲ୍ଲାପାଳ

0
361

ଆସ୍କା(ଜଗନ ପଣ୍ଡା)ଆଗକୁ ଶୀତ ବଢିବା ସହିତ କରୋନା ବଢାଇପାରେ ଭୟର ବାତାବରଣ। ଗଞ୍ଜାମ ଜିଲ୍ଲାପାଳଙ୍କ ସକାଳୁ ସକାଳୁ ଆସିକା ଗସ୍ତ। ଆସିକାର ବିଭିନ୍ନ ସାହି ଓ ବସ୍ତି ଅଞ୍ଚଳରେ ପହଞ୍ଚି କରୋନା ସ୍ଥିତି ସମ୍ପର୍କରେ ସମୀକ୍ଷା କରିବା ସହ ଆଗାମୀ ଦିନରେ କରୋନାକୁ ନେଇ ସଚେତନ ରହିବା ନିମନ୍ତେ ପରାମର୍ଶ ଦେଲେ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ। ସାମାଜିକ ଦୂରତା ବଜାୟ ରଖିବା ସହିତ ମାସ୍କ ପରିଧାନ କରିବା ନିମନ୍ତେ ଭୁଲନ୍ତୁ ନାହିଁ ବୋଲି କହିଛନ୍ତି ଜିଲ୍ଲାପାଳ। ଆସିକା ପଞ୍ଚାୟତ ସମିତି ସଭାଗୃହରେ ଏକ ଜରୁରୀ ବୈଠକ ଡକାଇ ସରପଞ୍ଚ, ସମିତି ସଭ୍ୟ ଓ ବ୍ଳକ୍ କର୍ମଚାରୀ ମାନଙ୍କୁ ଏ ସମ୍ପର୍କରେ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଉକ୍ତ ଅବସରରେ ଉପଜିଲ୍ଲାପାଳ,ଆସିକା ତହସିଲଦାର, ବିଡିଓ, ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here