ଦଶହରା ପୂଜାକୁ ଦୃଷ୍ଟିରେ ରଖି ଆସ୍କା ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ

0
316

ଆସ୍କା(ଜଗନ ପଣ୍ଡା)ଅଗାମୀ ଦଶହରା ଓ କୁମାର ପୂର୍ଣ୍ଣିମା ପର୍ବ କୁ ଦୃଷ୍ଟି ରେ ରଖି ଆସ୍କା ପୋଲିସ ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି |ଆସ୍କା ଥାନା ଅନ୍ତର୍ଗତ ସମସ୍ତ ଜାଗାରେରେ 24 ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ପୋଲିସ ଫୋର୍ସ ମୃତୟନ କରାଯିବା ସହିତ କୁମ୍ଭାର ସାହି ଛକ, ଏମ ଜୀ ରୋଡ଼, ସୁନାମ୍ବ ସାହି , ଲକ୍ଷ୍ମୀ ବଜାର, ବିଜୁ ପଟ୍ଟନାୟକ କଲେଜ ଛକ ଓ ଚାରିମାଇଲ ଛକ ନିକଟରେ ପୋଲିସ ଚେକିଂ କୁ କଡାକଡି କରାଯିବ | ଦାଦା ବଟି, ଚାନ୍ଦା ଆଦାୟ ବିରୁଦ୍ଧରେ ପୋଲିସ ପଦକ୍ଷେପ ନେବା ସହ ଏ ନେଇ ଏକ 24 ଘଣ୍ଟିଆ ହେଲ୍ପ ଲାଇନ ନମ୍ବର ଘୋଷଣା କରିଥିବା ଥାନା ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ସାହୁ ଜଣାଇଛନ୍ତି |

LEAVE A REPLY

Please enter your comment!
Please enter your name here