ସାନ ଭାଇର ବାଉଁଶ ମାଡରେ ବଡ଼ ଭାଇ ଗୁରୁତର

0
289

ମୋହନା(ଅଂଶୁମାନ ପଣ୍ଡା)ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ଘଟିଛି ଅଘଟଣ ଗତ କାଲି ରାତିରେ ବଡ଼ ଭାଇ ନିଜ ପିଲା ଓ ଭଉଣୀ ସହ ଵିଲରୁ ଫେରିବା ବେଳେ ବାଇକରେ ସାନ ଭାଇ ଓ ତାଙ୍କ ସହଯୋଗୀ ରାସ୍ତାରେ ଛପି ରହି ବଡ଼ ଭାଇ ହରି ଦଳାଇ(୩୫)କୁ ଏକ ବାଉଁଶ ବାଡ଼ିରେ ମୁଣ୍ଡକୁ ମାରିଥିଲା ଯାହା ଫଳରେ ରକ୍ତାକ୍ତ ଅବସ୍ଥାରେ ତଳେ ପଡି ଯାଇଥିଲେ। ଭଉଣୀ ନିଶା ଦଳାଇ ସାନ ଭାଇ ଜଟିଆ ଦଳାଇ କୁ ନେହୁର ହେବାରୁ ମଧ୍ୟ ନ ଶୁଣି ବଡ଼ ଭାଇକୁ ନିଜ ସହଯୋଗୀଙ୍କ ସହ ମିଶି ଗୋଡ ଓ ମୁଣ୍ଡକୁ ମାରି ରକ୍ତାକ୍ତ କରି ଚାରି ବର୍ଷର ପୁତୁରା କୁ ମଧ୍ୟ ଟେକି ଫୋପାଡ଼ି ଦେଇଥିଲା ଜାହା ଫଳରେ ପୁତୁରାର ମୁଁହଁ ଓ ଗୋଡ଼ରେ ଆଘାତ ଲାଗିଛି। ଶେଷରେ ବାଇକ କୁ ଛଡାଇ ନେଇ ଚାଲି ଯାଇଛନ୍ତି। ଘଟଣା ସ୍ଥଳେ ଗ୍ରାମର ସମିତି ସଭ୍ୟ ଓ ଗ୍ରାମବାସୀ ପହଞ୍ଚି ୧୦୮ ଆବୁଲାନ୍ସକୁ ଡାକି ମେଡ଼ିକାଲ ପଠେଇବା ସହ ମୋହନା ଥାନା ଅଧିକାରୀ ଙ୍କୁ ଜଣାଇଥିଲେ ଘଟଣା ସ୍ଥଳେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ଅନ୍ୟ ପଟେ ବଡ଼ ଭାଇର ଗୋଡ ଭାଙ୍ଗି ଯାଇଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।

LEAVE A REPLY

Please enter your comment!
Please enter your name here