ବରିଷ୍ଠ ନାଗରିକ ଦିବସ ଉପଲକ୍ଷେ ସମାଜସେବା  କାର୍ଯ୍ୟକ୍ରମ

0
325

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା) ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବି ଏନ ପୁର (ବେଢ) ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଗୁରବାର ଦିନ ରକ୍ତଦାନ ଶିବିର ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଦସ୍ୟ ଅରୁଣ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଶୁଭ ଉଦଘାଟନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ରେଡକ୍ରସ ଷ୍ଟାଫଙ୍କ ସହଯୋଗରେ 36 ୟୁନିଟ ରକ୍ତ ସଂଗ୍ରହ କରାଯାଥିବା ବେଳେ କୋଭିଡର ସମସ୍ତ କଟକଣା ପାଳନ କରାଯାଇଥିଲା l ସରପଞ୍ଚ ପ୍ରତିନିଧି ତଥା ବିଜେପି ଜିଲ୍ଲା ସଦସ୍ୟ ଯଜ୍ଞ ନାରାୟଣ ଦାସଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ଯୁବ ସଭାପତି ପ୍ରମୋଦ କୁମାର ପଣ୍ଡା, ଉପସଭାପତି ଅନିଲ ପଣ୍ଡା, ମଣ୍ଡଳ ସଭାପତି ବ୍ରଜ ସ୍ୱାଇଁ, ମନୋଜ ସାହୁ, ସୁରେନ୍ଦ୍ର ସାହୁ, ଅଶୋକ ଦାସ, ଆଡ଼ଭୋକେଟ ପଵିତ୍ର ନାୟକ ସମେତ ପଞ୍ଚାୟତ ବାସୀ ସହଯୋଗ କରିଥିଲେ l 

        

LEAVE A REPLY

Please enter your comment!
Please enter your name here