ବାଲିପଡାରେ କୋଭିଡ ସପ୍ତାହ ଦିବସ ପାଳିତ

0
295

କୁକୁଡ଼ାଖଣ୍ଡି(ନ୍ୟୁଜଏକ୍ସଟ୍ରା)କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ବାଲିପଡା ଗ୍ରାମ ପଞ୍ଚାୟତରେ କୋଭିଡ ସପ୍ତାହ ଦିବସ ପାଳିତ ହୋଇଯାଇଛି ।ଆଜି ଚତୁର୍ଥ ଦିବସ ଅବସରରେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ବାଲିପଡା ସେକ୍ଟର ତରଫରୁ ଅଙ୍ଗନବାଡ଼ି କର୍ମୀ,ଆଶା ଓ ସ୍ୱୟଂ ସହାୟକ ଗୋଷ୍ଠୀ ସହାୟତାରେ ସାମାଜିକ ଦୂରତା, ମାସ୍କ ପରିଧାନ ସହ ସାବୁନ୍ ରେ ବାରମ୍ବାର ହାତ ସଫା କରିବା ଉଧେଷ୍ୟରେ ଲୋକଙ୍କୁ ସଚେତନତା କରିବା ପାଇଁ ରାଲି ବାହାରିଥିଲା ।ଏହି ସଚେତନତା ରାଲି ବାଲିପଡା ଅଙ୍ଗନବାଡି କେନ୍ଦ୍ର ଠାରୁ ବାହାରି ଗ୍ରାମ ପରିକ୍ରମା କରିବା ସହ ଗ୍ରାମପଞ୍ଚାୟତ ଠାରେ ପହଞ୍ଚି ଥିଲେ ।ଏହି କାର୍ଯ୍ୟକ୍ରମରେ କୁକୁଡ଼ାଖଣ୍ଡି ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଗଦାଧର ପାତ୍ର,ଆଇସିଡିଏସ ସମନ୍ୱିତ ଶିଶୁ ବିକାଶ ସୁପରଭାଇଜରଙ୍କ ସମେତ ସମସ୍ତ କର୍ମୀମାନେ ଉପସ୍ଥିତ ଥିଲେ ।ଉପସ୍ଥିତ ସମସ୍ତ କର୍ମୀ ଏବଂ ଜନସାଧାରଣଙ୍କୁ କିଭଳି ସାମାନ୍ୟ ସଚେତନତା ମାରାତ୍ମକ ମହାମାରୀ କରୋନାକୁ ଦୁରେଇ ଦେବାକୁ ସମର୍ଥ ହୋଇପାରେ ତାହା ଉପରେ ବୁଝାଇଥିଲେ ବିଡିଓ ଶ୍ରୀ ଗଦାଧର ପାତ୍ର।ଏଥିସହ ସମସ୍ତେ ସାନିଟାଇଜର ବ୍ୟବହାର କରିବା ସହ କରୋନା ଟିକା ଆସିବା ପର୍ଯ୍ୟନ୍ତ ନିଜେ ଯେତେ ସଚେତନତା ରହିବା ସହ ଅନ୍ୟମାନଙ୍କୁ ସଚେତନତା କରେଇବା ପାଇଁ ଚେଷ୍ଟା ଜାରି ରଖିବ ।ଏବଂ ସରକାରଙ୍କ ନିୟମକୁ ମାନି ଚଳିବା ପାଇଁ ଅନୁରୋଧ କରିଥିଲେ ଉପସ୍ଥିତ କର୍ମୀମାନଙ୍କୁ ।

LEAVE A REPLY

Please enter your comment!
Please enter your name here