ବନ୍ୟଜନ୍ତୁ ଦ୍ବାରା ଆହତ ପଶୁକୁ ଚିକିତ୍ସା

0
287

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)ପଶୁପ୍ରେମୀ ତଥା ସାମ୍ବାଦିକ ଲଲାଟେନ୍ଦୁ ଚୌଧୁରୀଙ୍କ ଉଦ୍ୟମ ଓ ସେବା ମନୋବୃତ୍ତି ଯୋଗୁଁ ବ୍ରହ୍ମପୁର ଓ ଏହାର ଆଖପାଖ ଅଞ୍ଚଳରେ ପ୍ରତିଦିନ ବହୁ ବୁଲା ଗାଈଗୋରୁ, ଷଣ୍ଢ ଓ ବୁଲା କୁକୁରଙ୍କ ଜୀବନ ରକ୍ଷା କରାଯାଇପାରୁଛି । ପୂର୍ବରୁ ଏପରି ପଶୁପ୍ରେମୀ ଚୌଧୁରୀଙ୍କ ଉଦ୍ୟମରେ ପଶୁ ଚିକିତ୍ସାଳୟ କର୍ମଚାରୀ ଓ ଡକ୍ଟରଙ୍କ ସହଯୋଗରେ ପଶୁମାନଙ୍କ ଜୀବନ ରକ୍ଷା କରାଯାଇଛି । ରବିବାର ବିଜିପୁର ରଥ ସାହିରେ ଗୋଟେ ବୁଲା କୁକୁର ଏକ ବନ୍ୟଜନ୍ତୁ ଦ୍ବାରା ଶିକାର ହୋଇ ଗୁରୁତର ଆହତ ଅବସ୍ଥାରେ ପଡ଼ିରହିଛି । ଏ ସଂକ୍ରାନ୍ତରେ ସ୍ଥାନୀୟ ଅଞ୍ଚଳର ସାମ୍ବାଦିକ ସୁଦାମ ବେହେରା ପଶୁପ୍ରେମୀ ଲଲାଟେନ୍ଦୁଙ୍କୁ ଖବର ଦେବା ପରେ ସେ ପଶୁ ଚିକିତ୍ସାଳୟର ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ ଆମ୍ବୁଲାନ୍ସ ସହ କର୍ମଚାରୀ ଏବଂ ସ୍ବେଚ୍ଛାସେବୀ ଘଟଣା ସ୍ଥଳେ ପହଞ୍ଚି କୁକୁରଟିକୁ କାବୁ କରି ଚିକିତ୍ସା କରିବା ସହ ଗଭୀର ଆଘାତ ଲାଗିଥିବା ପଛ ବାମ ଗୋଡ଼କୁ ଡକ୍ଟର ସୈାମିକ ଓ କର୍ମଚାରୀ ପ୍ରଣୟ ପ୍ରସାଦ ରେଡ୍ଡୀଙ୍କ ଦ୍ଵାରା ଅସ୍ତ୍ରୋପଚାର କରାଯାଇ ଚିକିତ୍ସିତ କରାଯାଇଛି । ଏଥିରେ ସ୍ବେଚ୍ଛାସେବୀ ଲଲାଟେନ୍ଦୁ ଚୌଧୁରୀ, କାହ୍ନୁ ସାହୁ, ମୁନା କୁମାର ସାହୁ, ସୁଦାମ ବେହେରା, ଦୀପକ କୁମାର ପଣ୍ଡା ଓ ସ୍ଥାନୀୟ ଅଞ୍ଚଳର ବହୁ ଯୁବକ ଉପସ୍ଥିତ ରହି ଆହତ ହୋଇଥିବା ବୁଲା କୁକୁରଟିର ଚିକିତ୍ସାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here