ଆନ୍ଧ୍ରା ଓ ଗୁଜୁରାଟରୁ ପ୍ରବାସୀଙ୍କୁ ନେବାକୁ ନେବାକୁ ଆସିଥିବା ଦୁଇଟି ବସକୁ ଖାଲି ଫେରାଇଲେ ବେଲଗୁଣ୍ଠା ପ୍ରଶାସନ କାମ ନ କଲେ ଚଳିବୁ କେମିତି :ପ୍ରବାସୀ

0
323

ବେଲଗୁଣ୍ଠା।(ଶିବରାମ ଚୌଧୁରୀ)`କାରୋନା ପ୍ରଭାବ ରେ ପ୍ରଭାବିତ ପ୍ରବାସୀ ଓଡିଆ ମାନେ କାମ ଧନ୍ଦା ନ ଥିବାରୁ କିଛି ଦିନ ତଳେ ନିଜ ଭିଟାମାଟିକୁ ଫେରିଥିଲେ ।ବର୍ତମାନ କାରୋନା କଟକଣା କିଛି ମାତ୍ରା ରେ କୋହଳ ହେବା ପରେ ସେମାନେ ଯେଉଁଠି କାମ କରୁଥିଲେ ସେଇଠି କାରଖାନା ସମେତ ଅନ୍ୟାନ ଅନୁଷ୍ଠାନ ଆରମ୍ଭ ହେଲାଣି ।କିନ୍ତୁ ସେଠାରେ ଶ୍ରମିକ ଅଭାବ ଦେଖାଦେବାରୁ କାରଖାନା ମାଲିକ ମାନେ ପ୍ରବାସୀ ଓଡିଆ ମାନଙ୍କୁ ଫେରାଇନେବାକୁ ତତ୍ପର ହୋଇଥିବା ଜଣାପଡିଛି ।ଗୁଜୁରାଟ,ଆନ୍ଧ୍ରପ୍ରଦେଶ,ତାମିଲନାଡୁ ର ସେଠ ମାନେ ଓଡିଆ ଶ୍ରମିକ ମାନଙ୍କୁ ନେବାପାଇଁ ଓଡିଶା କୁ ବସ ପଠାଉଥିବାଲକ୍ଷ୍ୟ କରାଯାଇଛି ।ଆଜି ସେହିଭଳି ଆନ୍ଧ୍ରପ୍ରଦେଶ ଓ ଗୁଜୁରାଟରୁ ପ୍ରବାସୀ ଶ୍ରମିକ ଙ୍କ ନେବାକୁ ଆସିଥିବା ଦୁଇଟି ବସକୁ ବେଲଗୁଣ୍ଠା ପ୍ରଶାସନ ଖାଲି ଫେରାଇଦେଇଥିବା ଜଣାପଡିଛି ।ଆଜି ସକାଳେ ଗୁଜୁରାଟ ରୁ ଆସିଥିବା ଏକ ଟ୍ରାଭେଲର (ଜିଜେ ୦୫ ବି ଜେଡ ୫୧୨୦ )ବସ ଟି ଗଞ୍ଜାମ ଜିଲ୍ଲାର କଙ୍କରଡା ଅଞ୍ଚଳ ର କରାଖଣ୍ଡିର ୪ ଜଣ,ଗଣ୍ଡାଧରର ୬ ଜଣ ,ବଡଗଡ ସିଙ୍ଗିପୁର ର ୨ ଜଣ,ବୁଗୁଡା ଚଢିଆପାଲ୍ଲୀ,ଶଙ୍କୁରୁ,ମୁଣ୍ଡମରାଇ,ଗଡିଶାପଲ୍ଲୀ,ରାଜନପଲ୍ଲୀ,ଛମେଣ୍ଡା ଓ କାଟୁ ନିକଟସ୍ଥ ପୋଡାଙ୍ଗି ଅଞ୍ଚଳର ଜଣେ ଲେଖାଏଁ ଏହିପରି ୧୯ ଜଣ ଶ୍ରମିକ ଙ୍କୁ ଗୁଜୁରାଟ ର ଭରୁଚ ଜିଲ୍ଲା କୁ ନେବାପାଇଁ ଆସି ଗଣ୍ଡଧର ଠାରେ ସମସ୍ତଙ୍କୁ ଗାଡିରେ ନେଇ ବାହାରିଥିଲା ।ବେଲଗୁଣ୍ଠା ଜଗନ୍ନାଥ ପ୍ରସାଦ ଛକ ଠାରେ ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା ବ୍ଲକିଂ କରୁଥବା ବେଳେ ଗଡିଟିକୁ ଅଟକାଇ ଅନୁମତି ପାତ୍ର ଯାଞ୍ଚ କରିଥିଲେ ଏବଂ ଯାଞ୍ଚ ପୁରା ନହେବା ପର୍ଯ୍ୟନ୍ତ ବେଲଗୁଣ୍ଠା ଫାଣ୍ଡି ନିକଟ ରେ ଅଟକ ରଖିଥିଲେ ।ସେହିପରି ଆନ୍ଧ୍ରପ୍ରଦେଶ ର ଗୁଣ୍ଟୁର ରୁ ତୁଳା କମ୍ପାନୀ ରେ କାମ କରିବା ପାଇଁ ଶ୍ରମିକ ନେବାକୁ ଆସି ନାଗରାଜୁ ନାମକ ଏକ ବସ (ଏ ପି ୩୭ ଟିଏଫ ୩୧୮୮ )ବ୍ରହ୍ମପୁର ର ଖଲାସି ସାହି ରୁ ୨୦ ଜଣ ପୁରୁଷ ଓ ମହିଳା ଙ୍କୁ ନେଇ ବେଲଗୁଣ୍ଠା ମେଦିରି ସାହିର ମଧ୍ୟ ୨୦ ଜଣ ଶ୍ରମିକ ଙ୍କୁ ନେବାପାଇଁ ଆସିଥିଲା ।ସେହି ବସ କୁ ମଧ୍ୟ ତହସିଲଦାର ଅଟକ ରଖି ଅନୁମତି ପାତ୍ର ଯାଞ୍ଚ କରିଥିଲେ ।ତା ସହ ଭଞ୍ଜନଗର ଉପଖଣ୍ଡ ଶ୍ରମିକ ଅଧିକାରୀ ବୃନ୍ଦାବନ ସେଠୀଙ୍କୁ ଖବର ଦେଇଥିଲେ ।ଶ୍ରୀ ସେଠୀ ବେଲଗୁଣ୍ଠା ରେ ପହଞ୍ଚି ଦୁଇଟି ଗାଡିର କାଗଜପତ୍ର ଯାଞ୍ଚ କରିଥିଲେ ।ଦୁଇଟି ବସ ର ଅନୁମତି ପତ୍ର ରେ ସେଠାକାର ପ୍ରଶାସନଙ୍କ ଅନୁମତି ଥିଲେ କାରୋନା ପରିସ୍ଥିତିକୁ ଦ୍ରୁଷ୍ଟିରେ ମଧ୍ୟ ପ୍ରବାସୀଙ୍କୁ ଆଣିବେ ବୋଲି ଲେଖାହୋଇଛି । ଗଞ୍ଜାମ ଜିଲ୍ଲା ପ୍ରଶାସନ ଏଥିପାଇଁ କୌଣସି ଅନୁମତି ଦେଇନଥିବା ଜଣାପଡିଥିଲା ।ଗଞ୍ଜାମ ରୁ ପ୍ରବାସୀ ଶ୍ରମିକ ଙ୍କୁ ନେବା ପାଇଁ ହେଲେ ପ୍ରବାସୀ ମାନେ ପ୍ରଥମେ ନିକଟସ୍ଥ ପ୍ରଶାସନ ନିକଟ ରେ ପଞ୍ଜୀକରଣ କରିବାକୁ ପଡିବ ଏବଂ ପ୍ରଶାସନ ଅନୁମତି ଦେଲେ ସେମାନେ ଯାଇପାରିବେ ବୋଲି ଶ୍ରମିକ ଅଧିକାରୀ ଶ୍ରୀ ସେଠୀ ଜଣାଇଥିଲେ ।ସେମାନଙ୍କୁ ଯିବାକୁ ହେଲେ ପ୍ରବାସୀ ରହୁଥିବା ଅଞ୍ଚଳ ର ପ୍ରଶାସନିକ ଅଧିକାରୀଙ୍କ ଅନୁମତି ଦରକାର ବୋଲି ତହସିଲଦାର ସରୋଜ ବେହେରା ପ୍ରକାଶ କରିଛନ୍ତି ।ତେଣୁ ଗୁଜୁରାଟ ଓ ଆନ୍ଧ୍ରା ଯିବାକୁ ଆସିଥିବା ଶ୍ରମିକ ମାନେ ନିଜ ନିଜ ଘର କୁ ଯିବାପାଇଁ ତହସିଲଦାର ଶ୍ରୀ ବେହେରା ଏବଂ ଶ୍ରମିକ ଅଧିକାରୀ ଶ୍ରୀ ସେଠୀ ନିର୍ଦେଶ ଦେଇ ପ୍ରଶାସନ ନିକଟ ରେ ପଞ୍ଜୀକରଣ ପରେ ବାହାର ରାଜ୍ୟ କୁ ଯାଇପାରିବେ ବୋଲି କହିଥିଲେ ।ଦୁଇଟି ବସର କର୍ମଚାରୀଙ୍କୁ ସମସ୍ତ ଶ୍ରମିକଙ୍କୁ ନିଜ ନିଜ ଘରେ ଫଞ୍ଚାଇବାକୁ ତହସିଲଦାର ଶ୍ରୀ ବେହେରା କହିଥିଲେ ।ବ୍ରହ୍ମପୁର ଓ ବେଲଗୁଣ୍ଠାର କିଛି ମେଦିରି ଜାତିର ପୁରୁଷ ମାନେ ବ୍ୟାଣ୍ଡ ପାର୍ଟି ଓ ମହିଳା ମାନେ ବାଉଁଶ ରେ ତିଆରି ବିଭିନ୍ନ ପ୍ରକାର ଜିନିଷ ତିଆରି କରି ବିକ୍ରି କରି ପରିବାର ପ୍ରତିପୋଷଣ କରିଥାନ୍ତି କିନ୍ତୁ କାରୋନା କଟକଣା ସେମାନଙ୍କ ଭାତହାଣ୍ଡି ଉପରେ ଲାତ ମାରିଦେଇଛି ।ଫଳ ରେ ବିବାହ,ବ୍ରତ ବନ୍ଦ ହୋଇଯିବାରୁ ମେଦିରି ପୁରୁଷ ମାନେ ଏବେ ସମ୍ପୂର୍ଣ ବେକାର ।ଘର ର ଆର୍ଥିକ ଅବସ୍ଥା ଦୋହଲିଯାଇଛି ।ତେଣୁ ପ୍ରାୟ ୪୦ ଜଣ ପୁରୁଷ ଓ ମହିଳା ସେମାନେ ଆନ୍ଧ୍ର ର ଗୁଣ୍ଟୁରର ଏକ ତୁଳା କାରଖାନା ରେ କାମ କରିବାକୁ ଯାଉଥିଲେ ।ଘରେ ଚଳିବାକୁ ଅସୁବିଧା,ଖାଇବାକୁ ନ ଥିବାରୁ ସେମାନେ ଆନ୍ଧ୍ରା ଯାଉଥିଲେ ବୋଲି ଜଣେ ମହିଳା ଅତ୍ୟନ୍ତ ଦୁଃଖ ର ସହ ପ୍ରକାଶ କରିଥିଲେ ।ତେଣୁ ପ୍ରଶାସନ ସେମାନଙ୍କୁ ଅନ୍ୟ ରାଜ୍ୟ କୁ କମ କରିବାକୁ ଯିବାପାଇଁ ଅନୁମତି ପ୍ରଦାନ କରିବାକୁ ଶ୍ରମିକ ମାନେ ଅନୁରୋଧ କରିଛନ୍ତି ।ସେମାନେ ସଠିକ ଭାବେ ପଞ୍ଜୀକରଣ କରି ଅନୁମତି ନେଲେ ଯାଇପାରିବେ ବୋଲି ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା ପ୍ରକାଶ କରିଛନ୍ତ୍ତି ।ତହସିଲଦାର ଶ୍ରୀ ବେହେରା ଙ୍କ ସହ ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ,ଶ୍ରମିକ ଅଧିକାରୀ ବୃନ୍ଦାବନ ସେଠୀ,ପଦ୍ମଚରଣ ନାୟକ,ଲୋକନାଥ ବେହେରା,କୁନା ନାୟକ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here