ପରିତ୍ୟକ୍ତ କୂଅରୁ ବିରଳ ଅହିରାଜ ସାପ ଉଦ୍ଧାର

0
530

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା) ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୁରୁଝରୀ ପଞ୍ଚାୟତର ନୁଆଁ ଗାଁ ଗ୍ରାମ ସ୍ଥିତ ବିବେକାନନ୍ଦ ବିଦ୍ୟାମନ୍ଦିର ପାର୍ଶ୍ଵରେ ଥିବା ଏକ ପରିତ୍ୟକ୍ତ କୁଅ ମଧ୍ୟରୁ ବୁଧବାର ଦିନ ଏକ ବିରଳ ଅହିରାଜ ସାପ ଉଦ୍ଧାର କରାଯାଇଛି l ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ସାପଟିକୁ ଦେଖି ସ୍ନେକ ହେଲ୍ପଲାଇନକୁ ଖବର ଦେଇଥିଲେ l ଖବରପାଇଁ ହେଲ୍ପଲାଇନରୁ ବାପି ପହଂଚି ସାପଟିକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରି ଜଙ୍ଗଲରେ ଛାଡିଥିଲେ l ଉଦ୍ଧାର ସାପଟିର ଲମ୍ବ ପ୍ରାୟ 15 ଫୁଟରୁ ଉର୍ଦ୍ଧ ଏବଂ ଓଜନ ପ୍ରାୟ 30 କେଜିରୁ ଅଧିକ ହେବବୋଲି ଜଣାପଡିଛି l 

LEAVE A REPLY

Please enter your comment!
Please enter your name here