କର୍କଟ ରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅକାଳ ବିୟୋଗ

0
349

ବେଲଗୁଣ୍ଠା(ଶିବରାମ ଚୌଧୁରୀ)ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ କେବିରୀ ବ୍ରହ୍ମପୁର ଗ୍ରାମର ପ୍ରଧାନ ଶିକ୍ଷୟିତ୍ରୀ ସୁକାନ୍ତି ପାତ୍ର(୫୫)ଙ୍କ କର୍କଟ ରୋଗରେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲରେ ଗତକାଲି ଭୋର ୩ ଟାରେ ଅକାଳ ବିୟୋଗ ଘଟିଛି ।ସେ ଭଞ୍ଜନଗର ବ୍ଳକ ଗୋଲାପଡା ପଞ୍ଚାୟତ ଶରଧାପୁର ଗ୍ରାମ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ଭାବେ ବହୁବର୍ଷ ମେଲା କାର୍ଯ୍ୟରତ ଥିଲେ ।ଗତ କିଛି ଦିନ ହେବ ସେ ଭୁବନେଶ୍ୱର ସ୍ଥିତ ଆମ୍ରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।ପରେ ତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।ଚିକିତ୍ସାଳୟଧୀନ ଅବସ୍ଥାରେ ଗତକାଲି ୩ ଟାରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା ।ମୃତ୍ୟୁ ଶଯ୍ୟା ନିକଟରେ ସ୍ୱାମୀ ସୁର୍ଯ୍ୟ ନାରାୟଣ ସାମନ୍ତରାୟ, ପୁଅ ଚିନ୍ମୟ, ଝିଅ ସୁଚୀପ୍ରିୟା,ଭାଇ ସୁର୍ଯ୍ୟ ନାରାୟଣ ଓ ବିଦ୍ୟାଧରଙ୍କ ସମେତ ବହୁ ସମ୍ପର୍କୀୟ ଉପସ୍ଥିତ ଥିଲେ ।ମୃତ ଶିକ୍ଷୟିତ୍ରୀ ଜଣେ ଆଦର୍ଶ ଶିକ୍ଷୟିତ୍ରୀ ଭାବେ ଅଞ୍ଚଳରେ ବେଶ୍ ଜଣାଶୁଣା ଥିଲେ ।ତାଙ୍କ ମୃତ୍ୟୁରେ ବେଲଗୁଣ୍ଠା ଓ ଭଞ୍ଜନଗର ଶିକ୍ଷକ ସଂଘ ତରଫି ଶୋକ ପ୍ରକାଶ କରାଯାଇଛି ।ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

LEAVE A REPLY

Please enter your comment!
Please enter your name here