ଗୁହାରି ଶୁଣିଲା ବ୍ଲକ୍ ପ୍ରଶାସନ; ଅଜଣା ରୋଗରେ ଶିକାର ଦୁଇ ଶିଶୁଙ୍କ ପାଖରେ ପହଞ୍ଚି ବିଡିଓ ଦେଲେ ସହାୟତାର ପ୍ରତିଶ୍ରୁତି

0
306

ଗାଙ୍ଗପୁର/ବେଲଗୁଣ୍ଠI(ଶିବରାମ ଚୌଧୁରୀ) ବେଲଗୁଣ୍ଠI ବ୍ଲକ୍ ଅନ୍ତର୍ଗତ ଗାଙ୍ଗପୁର ଗ୍ରାମର କୈଳାସ ଚନ୍ଦ୍ର ସ୍ଵାଇଁଙ୍କ ଝିଅ ବର୍ଷା ରାଣୀ ସ୍ଵାଇଁ ଏବଂ ପୁଅ ଲକ୍ଷ୍ମୀ ନାରାୟଣ ସ୍ଵାଇଁ ଓରଫ୍ ଲକି ଅଜଣା ରୋଗରେ ପୀଡିତ ହୋଇ ଯନ୍ତ୍ରଣା ଭୋଗୁଥିବା ଏବଂ ସେମାନଙ୍କ ଚିକିତ୍ସା ପାଇଁ ଗରିବ ବାପା ଅସମର୍ଥ ଥିବା କଥା ପରିବାର ତରଫରୁ ଅଭିଯୋଗ ହେବା ପରେ ବ୍ଲକ୍ ପ୍ରଶାସନ ତତ୍ପର ହୋଇ ଉଠିଛି I ଶିଶୁ ମାନଙ୍କ ପିତା କୈଳାସ ଚନ୍ଦ୍ର ସ୍ଵାଇଁଙ୍କ ଗୁହାରି ଆଧାରରେ ବେଲଗୁଣ୍ଠI ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶୀ ଭୂଷଣ ମହାପାତ୍ର ଆଜି ଅପରାହ୍ଣରେ କୈଳାସଙ୍କ ଘରେ ପହଞ୍ଚି ଦୁଇ ଶିଶୁଙ୍କ ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ସେମାନଙ୍କର ଚିକିତ୍ସା ବ୍ୟବସ୍ଥା ସହ ପରିବାରର ସୁବିଧା ଅସୁବିଧା ପଚାରି ବୁଝିଥିଲେ I ଏହି ସମୟରେ ବିଡିଓ ମହାଶୟ କୈଳାସଙ୍କ ଦୁଃଖର କାହାଣୀ ଶୁଣି ସାମବେଦନା ଯଥା ଶୀଘ୍ର ବ୍ଲକ୍ ପ୍ରଶାସନ ତରଫରୁ ଯଥା ଶକ୍ତି ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ I କୈଳାସଙ୍କ ପୁଅ ଲକିର ଆଧାର କାର୍ଡ଼ ସମ୍ପର୍କିତ ସମସ୍ୟାର ସମାଧାନ, ରେଡ୍ କ୍ରସ୍ ପାଣ୍ଠିରୁ ଶିଶୁ ଦୁଇଟିର ଚିକିତ୍ସା ପାଇଁ କିଛି ଅର୍ଥ ବ୍ୟବସ୍ଥା କରିବା ସହ ଅଧିକ ଚିକିତ୍ସା ପାଇଁ ମାନନୀୟ ଜିଲ୍ଲାପାଳଙ୍କୁ ଅନୁରୋଧ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ I କୈଳାସଙ୍କ ନିଜସ୍ଵ ଘର କିମ୍ବା ଘର ତିଆରି ପାଇଁ ସ୍ଥାନ ନଥିବାରୁ ଆଗାମୀ ଦିନରେ ଏହି ଦିଗରେ ମଧ୍ୟ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବିଡିଓ ମହାଶୟ ପ୍ରତିଶ୍ରୁତି ଦେଇଥିଲେ I ସହାୟତାର ପ୍ରତିଶ୍ରୁତି ପାଇବା ପରେ କୈଳାସ ବ୍ଲକ୍ ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି I

ଫଟୋ

LEAVE A REPLY

Please enter your comment!
Please enter your name here