ବାଇକ ଦୁର୍ଘଟଣାରେ ୫ ଜଣ ଆହତ, ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର

0
327

ବୁଗୁଡା(ଅନିଲ କୁମାର ମହାରଣା)ବୁଗୁଡା ଥାନା ଅନ୍ତର୍ଗତ ଶାଳବଣି ନିକଟରେ ରାସ୍ତା ପାର୍ଶ୍ଵରୁ ମୁଖ୍ୟ ରାସ୍ତାକୁ ଆସୁଥିବା ଏକ ବାଇକ ସହ ଆଗ ପଛ ହୋଇ ଆସୁଥିବା ଦୁଇଟି ବାଇକ ଧକ୍କା ହୋଇ ୩ ଟି ବାଇକରେ ବସିଥିବା ୫ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଖବର ନେବାରେ ଜଣା ପଡ଼ିଛିଯେ ଗୋଟିଏ ବାଇକରେ ଶାଳବଣି ଗ୍ରାମର କୈଳାଶ ନାୟକ ଓ ଭଗବାନ ପ୍ରଧାନ ରାସ୍ତା ପାର୍ଶ୍ଵରୁ ମୁଖ୍ୟ ରାସ୍ତାକୁ ଆସୁଥିବା ବେଳେ ବାଘୁଆରୁ ନିଜ ଗ୍ରାମ ତାକରଡ଼ାକୁ ନରେଶ ନାୟକ, ସନ୍ତୋଷ ନାୟକ ଓ ସୁଶାନ୍ତ ନାୟକ ଗୋଟିଏ ବାଇକରେ ୨ ଜଣ ଓ ଅନ୍ୟ ଏକ ବାଇକରେ ଜଣେ ବସି ଆଗପଛ ହୋଇ ଫେରୁଥିବା ବେଳେ ଶାଳବଣି ନିକଟରେ ମୁହାଁ ମୁହିଁ ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ। ଯାହା ଫଳରେ ୩ ଟି ବାଇକରେ ବସିଥିବା ୫ ଜଣ ଆହତ ହୋଇଥିଲେ। ଆମ୍ବୁଲାନ୍ସ ଓ ଦମକଳ ଗାଡି ଆସି ଆହତ ୫ ଜଣକୁ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଆହତ ମାନଙ୍କ ମଧ୍ୟରୁ ଶାଳବଣି ଗ୍ରାମର ଭଗବାନ ପ୍ରଧାନଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବା ବେଳେ ତାକରଡ଼ା ଗ୍ରାମର ସନ୍ତୋଷ ନାୟକଙ୍କ ହାତ ଭାଙ୍ଗି ଯାଇଛି। ପ୍ରାଥମିକ ଚିକିତ୍ସା ପରେ ଭଗବାନ ଓ ସନ୍ତୋଷ ଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଶାଲବଣିର କୈଳାଶ ନାୟକ ଏବଂ ତାକରଡ଼ାର ନରେଶ ନାୟକ ଓ ସୁଶାନ୍ତ ନାୟକ ବୁଗୁଡ଼ାରେ ଚିକିତ୍ସିତ ହେଉଛନ୍ତି।

LEAVE A REPLY

Please enter your comment!
Please enter your name here