ଭିଡିଓ କନଫେରନ୍ସି ମାଧ୍ୟମରେ ସରପଞ୍ଚ ମାନଙ୍କୁ ପାଠ ପଢ଼ାଇଲେ ଗଞ୍ଜାମ ଜିଲ୍ଲାପାଳ

0
333

ଗଞ୍ଜାମ(ରଶ୍ମିତା ପାଣିଗ୍ରାହୀ)କରୋନା ମହାମାରୀ କୁ ନିୟନ୍ତ୍ରଣ କରିବାଲାଗି ଆମ ଜିଲ୍ଲାପାଳଙ୍କ ସମଗ୍ର ରାଜ୍ୟରେ ଆଗୁଆ ପଦକ୍ଷେପ ସବୁବେଳେ ପ୍ରଶଂସନୀୟ ହେଇଆସିଛି । ଆଜି ଭି ବୃଦ୍ଧି ପାଉଥିବା ପଜିଟିଭି ସଂଖ୍ୟା ଆଖିଆଗରେ ରଖୀ ଯେଉଁ ହିସାବରେ ୧୯ ଘଣ୍ଟିଆ ସଟଡାଉନ ଏବଂ ଶୁକ୍ରବାର ଓ ଶନିବାର ସମ୍ପୂର୍ଣ ସଟଡାଉନ କରିଛନ୍ତି ତାହା ସ୍ୱାଗତ ଯୋଗ୍ୟ ।ଏହି ନିୟମ କୁ ଗଞ୍ଜାମ ଅଂଚଳ ବାସିନ୍ଦା କିପରି ଭାବରେ କଡା କଡ଼ି ଭାବେ ପାଳନ କରିବେ ସେ ସମ୍ପର୍କରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ସରପଞ୍ଚମାନଙ୍କୁ ପାଠ ପଢ଼ାଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ। ଜିଲ୍ଲାର ୨୨ଟି ବ୍ଲକରେ ଉପସ୍ଥିତ ଥିବା ସରପଞ୍ଚମାନଙ୍କୁ ଭିଡିଓ କନଫରେନ୍ସିଂ ଯୋଗେ ସେମାନଙ୍କ ସହ କଥା ହେବା ସହ କରୋନାର ମୁକାବିଲା ପାଇଁ ସେମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ନୂଆ ନିୟମକୁ ଯେପରି ପ୍ରତି ଲୋକ ପାଳନ କରିବେ, ତାକୁ ସୁନିଶ୍ଚିତ କରିବା ପାଇଁ ସରପଞ୍ଚମାନଙ୍କୁ ଜିଲ୍ଲାପାଳ ବୁଝାଇଥିଲେ । ଯେପରିକି ସୋମବାରରୁ ଶୁକ୍ରବାର ସକାଳ ୭ରୁ ପୂର୍ବାହ୍ନ ୧୨ଟା ପର୍ଯ୍ୟନ୍ତ ପରିବା, ତେଜରାତି ଓ ଫଳ ଦୋକାନ ଖୋଲାରହିବା ଏବଂ ଶନିବାର ଓ ରବିବାର ସମେତ ଅନ୍ୟ ସମୟରେ ପୁରା ସଟ୍‌ଡାଉନ୍ ପାଳନ କରିବା,
ଏନଆରଜି କାମକୁ ତ୍ୱରାନ୍ୱିତ କରିବା ଆଦି ସମ୍ପର୍କରେ ବୁଝାଇବା ସହ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ଅନ୍ତେବାସୀମାନଙ୍କ ଯେପରି କୌଣସି ଅସୁବିଧା ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ମଧ୍ୟ କହିଥିଲେ ।

LEAVE A REPLY

Please enter your comment!
Please enter your name here