ଭାରସାମ୍ୟ ହରାଇ କୋଭିଡ଼ ଭ୍ୟାନ ଦୁର୍ଘଟଣା ଗ୍ରସ୍ତ

0
390

ଗଜପତି(ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ଗଜପତି ଜିଲ୍ଲା ମୋହନା ଥାନା ନାରିଙ୍ଗି ଘାଟିରେ କୋଭିଡ ଭ୍ୟାନ ଦୁର୍ଘଟଣା ଗସ୍ତ ହୋଇଛି ।ଫଳରେ ଚାଳକ ଗୁରୁତର ଭାବେ ଆହତ ହୋଇ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।ଗାଡି ଚାଳକ ହେଲେ ଜିରାଙ୍ଗ ଗାଁର ବିକାଶ ଶବର । ଚାଳକ ଗତ କାଲି ରାତିରେ ଭ୍ୟାନଟି ଚାନ୍ଦିପୁଟରୁ ୨ ଜଣ କରୋନା ଆକ୍ରାନ୍ତଙ୍କୁ ପରଲାଖେମୁଣ୍ଡି କୋଭିଡ଼ ମେଡିକାଲରେ ଛାଡି ମୋହନା ଫେରୁଥିବା ବେଳେ ରାତି ପ୍ରାୟ ୨ଟା ସମୟରେ ଭାରସାମ୍ୟ ହରାଇ ଭ୍ୟାନଟି ନାରିଙ୍ଗି ଘାଟି ରାସ୍ତାର ଡାହାଣ ପଟକୁ ଓଲଟି ପଡିଥିଲା । 

LEAVE A REPLY

Please enter your comment!
Please enter your name here