ଜୀବନ ବଞ୍ଚାଇଲା ହେଲପିଙ୍ଗ ହ୍ୟାଣ୍ଡ

0
431

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):କୋରନା ମାହାମରୀକୁ ନେଇ ଭଞ୍ଜନଗର ଅଂଚଳରେ ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇବା ପାଇଁ ସକ୍ରିୟ ଥିବା ହେଲପିଙ୍ଗ ହ୍ୟାଣ୍ଡ ପକ୍ଷରୁ ଏକ ମହତ କାଯ୍ୟ ଦେଖିବାକୁ ମିଳିଛି। ତାରସିଂ ଥାନା ଅନ୍ତର୍ଗତ ରୁଢ଼ାପଦର ଗ୍ରାମର ସନ୍ତୋଷ ନାୟକଙ୍କ ଝିଅ ସୁମିତ୍ରା ନାୟକ(୧୧) ରକ୍ତଶିକୁଳି ରୋଗରେ ପୀଡ଼ିତ। ଗତ ଶୁକ୍ରବାର ସୁମିତ୍ରାର ସ୍ୱାସ୍ଥ୍ୟବସ୍ତା ଖରାପ ହେବାରୁ ତାଙ୍କୁ ଭଞ୍ଜନଗର ଉପଖଣ୍ଡ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ସମୟରେ ସୁମିତ୍ରାକୁ ୨ ୟୁନିଟ A+ ରକ୍ତ ଆବଶ୍ୟକ ପଡିଥିଲା। ତାଙ୍କ ବାପା ରକ୍ତ ଭଣ୍ଡାରକୁ ଯାଇ ମାତ୍ରା ୧ ୟୁନିଟ A+ ରକ୍ତ ସଂଗ୍ରହ କରିଥିଲେ। ଯେହେତୁ ରକ୍ତ ଭଣ୍ଡାରରେ ରକ୍ତ ଥିଲେ ମଧ୍ୟ A+ ରକ୍ତର ଅଭାବ ରହୁଛି ତାଙ୍କୁ କେବଳ ୧ୟୁନିଟ ରକ୍ତ ହିଁ ମିଳିଥିଲା। ଫଳରେ ସୁମିତ୍ରାଙ୍କ ବାପା ସନ୍ତୋଷ ତାଙ୍କ ଗ୍ରାମରେ ଗ୍ରାମ ବିକାଶରେ କାଯ୍ୟ କରୁଥିବା ଜଣେ କର୍ମଚାରୀଙ୍କୁ ଜଣାଇଥିଲେ। ଉକ୍ତ କର୍ମଚାରୀ ଜଣକ ଭଞ୍ଜନଗର ଅଂଚଳର ଜଣାଶୁଣା ସମାଜ ସେବୀ ଶୂଳପାଣି ଶତପଥୀ ଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ସମାଜ ସେବୀ ଶ୍ରୀ ଶତପଥୀ ସ୍ଥାନୀୟ ଅଂଚଳରେ ଥିବା ହେଲପିଙ୍ଗ ହ୍ୟାଣ୍ଡର ସହାୟତା ଲୋଡିଥିଲେ । ହେଲପିଙ୍ଗ ହ୍ୟାଣ୍ଡ ସଦସ୍ୟ ଲଣ୍ଡେଇସାହିର ଶୁଭମ ଶୁଭାଶିଷ ପ୍ରଧାନ ରକ୍ତ ଦାନ କରିବାକୁ ଆଗେଇ ଆସିଥିଲେ। ସଂଗେ ସଂଗେ ସେ ସାମ୍ବାଦିକ ଭବାନୀ ପାଳଙ୍କ ସହ ଭଞ୍ଜନଗର ମେଡିକାଲକୁ ଯାଇ ସ୍ବେଚ୍ଛାକୃତ ଭାବେ ରକ୍ତ ଦାନ କରିଥିଲେ। ସୁମିତ୍ରାଙ୍କୁ ରକ୍ତଦାନ କରି ଜୀବନ ବଞ୍ଚାଇଥିବାରୁ ତାଙ୍କ ବାପା ସନ୍ତୋଷ ହେଲପିଙ୍ଗ ହ୍ୟାଣ୍ଡ କୁ ସାଧୁବାଦ ଜଣାଇବା ସହ ଆଜି ବି ମଣିଷପଣିଆ ବଞ୍ଚିରହିଛି ବୋଲି କହିଛନ୍ତି। ଏଥି ସହିତ ସଦା ସର୍ବଦା ଗରିବ ଅସହାୟ , ଦୁଃଖୀ ଓ ନିରାଶ୍ରୟଙ୍କ ମୁହଁରେ ଖୁସି ଦେଇ ଆସୁଥିବା ଭଞ୍ଜନଗର ଅଂଚଳର ଏହି ଚର୍ଚ୍ଚିତ ହେଲପିଙ୍ଗ ହ୍ୟାଣ୍ଡର ସମସ୍ତ କର୍ମକର୍ତ୍ତାଙ୍କୁ ସ୍ଥାନୀୟ ପ୍ରଶାସନ,ଜନସାଧାରଣ ଓ ବୃଦ୍ଧିଜୀବୀ ମହଲରେ ଧନ୍ୟବାଦ ଜଣାଇବା ସହ ଏହି ଭଳି ମହାନ କାଯ୍ୟକୁ ପ୍ରଶଂସା କରାଯାଇଛି

LEAVE A REPLY

Please enter your comment!
Please enter your name here