ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା

0
314

ଜଗନ୍ନାଥପ୍ରସାଦ(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ କଣ୍ଡରସିଂ ନିକଟରେ ଥିବା ନାଳ ନିକଟରେ ବୁଧବାର ସକାଳେ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ନବଜାତକକୁ କେହି ଗ୍ରାମ ପଛ ନାଳରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ଶିଶୁକନ୍ୟାର କାନ୍ଦବୋବା ଶୁଣି ଅଞ୍ଚଳର ଜଣେ ଛୋଟ ପିଲା ନାଳ ପାଖରେ ଦେଖିବା ପରେ ସଙ୍ଗେ ସଙ୍ଗେ ଗ୍ରାମର ଲୋକଙ୍କୁ ଖବର ଦେଇଥିଲା। ଏହି ଖବର ପାଇ ସ୍ଥାନୀୟ ବାସିନ୍ଦା ଓ ମହିଳା ଶିଶୁକନ୍ୟା ଟିକୁ ଉଦ୍ଧାର କରି ସ୍ଥାନୀୟ ପ୍ରଶାସନକୁ ଖବର ଦେଇଥିଲେ। ଏହା ପରେ ଆଶା, ଅଙ୍ଗନଓ୍ବାଡି କର୍ମୀ, ସୁପରଭାଇଜର ସିଡିପିଓଙ୍କ ଉପସ୍ଥିତିରେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଚିକିତ୍ସା ପରେ ଶିଶୁଟିର ଅବସ୍ଥା ଭଲଥିବା ଜଣାପଡ଼ିଛି। ଏହାପରେ ଶିଶୁ କନ୍ୟା ଟିକୁ ବ୍ରହ୍ମପୁର ବଡ଼ ମେଡିକାଲ ଶିଶୁ ସୁରକ୍ଷା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ଉଦ୍ଧାର ଶିଶୁକନ୍ୟା ସମ୍ପର୍କରେ ସିଡବ୍ଲ୍ୟୁସିକୁ ଖବର ଦିଆଯାଇଥିବା ମଧ୍ୟ ସୂଚନା ମିଳିଛି l

LEAVE A REPLY

Please enter your comment!
Please enter your name here