କର୍ମୀଙ୍କୁ ଝୁରୁଛି ଦଳୀୟ କାର୍ଯ୍ୟାଳୟ, ନିର୍ବାଚନ ପରଠାରୁ ବିଜେଡି କାର୍ଯ୍ୟାଳୟରେ ଝୁଲୁଛି ତାଲା।

0
619

ବ୍ରହ୍ମପୁର,୨୫/୭(ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ବ୍ରହ୍ମପୁର ସହରରେ ଥିବା ବିଜେଡି ଦଳର ଜିଲ୍ଲା କାର୍ଯ୍ୟାଳୟର ଅବସ୍ଥା ଦେଖିଲେ ଯେକେହି ଦୁଃଖ ପ୍ରକାଶ କରିବେ ନିଶ୍ଚୟ। କାରଣ ସାଧାରଣ ନିର୍ବାଚନ ସରିବା ପରଠାରୁ ନୂତନ ଭାବେ ଖୋଲାଯାଇଥିବା ଏହି ଦଳୀୟ କାର୍ଯ୍ୟାଳୟ ଆଦୌ ଖୋଲାଯାଇନାହିଁ। ଖାଁ ଖାଁ ଲାଗୁଚି କାର୍ଯ୍ୟାଳୟ ପରିସର। ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିଲେ ହେଁ ଦଳୀୟ ନେତାଙ୍କ ମଧ୍ୟରେ କାହିଁକି କେଜାଣି ସ୍ପୃହା ନଥିବା ଭଳି ମାନେହେଉଛି। ଅବଶ୍ୟ ନିର୍ବାଚନ ପରେ ଅନେକେ ନେତା ଓ କର୍ମୀ ପାଟକୁରା ନିର୍ବାଚନରେ ବ୍ୟସ୍ତ ଥିଲେ। ତେବେ ଶାସକ ଦଳର ଜିଲ୍ଲା କାର୍ଯ୍ୟାଳୟ, ଯେଉଁଠି ନିର୍ବାଚନ ପୂର୍ବରୁ ଅଫିସ ଚଳାଇବା ପାଇଁ ପିଅନ ଠାରୁ ଆରମ୍ଭ କରି କିରାଣି ପର୍ଯ୍ୟନ୍ତ ସବୁ ଥିଲେ। ଗତ କିଛି ମାସ ହେଲା କାହାର ଦେଖା ମଧ୍ୟ ନାହିଁ। ନିର୍ବାଚନ ପରେ ନିଜେ ଦଳର ସୁପ୍ରିମୋ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ନେତାଙ୍କୁ ଜନସମ୍ପର୍କ ରଖିବାକୁ ତାଗିଦ କରିଥିବା ବେଳେ ନିଜ ଜିଲ୍ଲା ରେ ଦଳୀୟ କାର୍ଯ୍ୟାଳୟର ଏଭଳି ସ୍ଥିତି ସମ୍ପର୍କରେ ଯଦି ଅବଗତ ହୁଅନ୍ତି ତେବେ ନିଶ୍ଚୟ ରାଗରେ ପଞ୍ଚମ ହେବେ। ଯାହାକୁ ନେଇ ଏବେ ସହରରେ କାହିଁକି ସମଗ୍ର ଗଂଜାମ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି। ଦେଖାଯାଉ କେବେ ଖୋଲୁଛି ଏହି କାର୍ଯ୍ୟାଳୟ ଆଉ ପୁଣି ପୂର୍ବ ଭଳି ଚଳଚଞ୍ଚଳ ହେବ ସମ୍ପୃକ୍ତ ଅଞ୍ଚଳ।

LEAVE A REPLY

Please enter your comment!
Please enter your name here