କରୋନାର ଅମା ଅନ୍ଧକାରରେ ‘ରଶ୍ମୀ’ର ଉଦୟ

0
376

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା/ଭଞ୍ଜ କିଶୋର ମହାରଣା):ସାଧାରଣତଃ ଅନ୍ଧକାରରେ ରଶ୍ମୀ ବା ଆଲୋକର ଆବିର୍ଭାବ ସମସ୍ତଙ୍କୁ ଖୁସି ପ୍ରଦାନ କରିଥାଏ l ମନୁଷ୍ୟ ଜୀବନରେ ଅନ୍ଧକାର ବିଭିନ୍ନ ରୂପରେ ଆସିଥାଏ l ଜନ୍ମରୁ ମୃତ୍ଯୁ ଯାଏଁ ମନୁଷ୍ୟ ବିଭିନ୍ନ ସୋପାନ ଦେଇ ଗତି କରୁଥିବାବେଳେ ଅନେକ ସମୟରେ ଅନ୍ଧକାରର ସମ୍ନାରେ ଭୟଭୀତ ହୋଇ ରଶ୍ମୀ ବା ଆଲୁଅ ପାଇଁ ବ୍ୟାକୁଳ ହୋଇଉଠେ l ଆଉ ରଶ୍ମୀ ବା ଆଲୋକ ପାଇଗଲେ ଖୁସିରେ ବିଭୋର ହୋଇ ନାଚିଉଠେ l ସାମ୍ପ୍ରତିକ ପରିସ୍ଥିତିରେ ମନୁଷ୍ୟ ଆଜି କରୋନା ରୂପକ ଅନ୍ଧକାରରେ କବଳିତ ହୋଇ ଆଲୋକର ରାହା ଦେଖୁଥିବାବେଳେ ଠିକ ଏହି ସମୟରେ ଦଣ୍ଡାୟମାନ ହୋଇଛନ୍ତି ‘ରଶ୍ମୀ’ ଅର୍ଥାତ ରଶ୍ମୀ ରଞ୍ଜନ ପଣ୍ଡା l ରଶ୍ମୀ ପେସାରେ ଜଣେ ଗୃହରକ୍ଷୀ ହୋଇଥିବାବେଳେ ନିଶା ତାଙ୍କର ସମାଜ ସେବା କରିବା l ସମ୍ପ୍ରତି ସେ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଧୀନରେ କାର୍ଯ୍ୟରତ ଅଛନ୍ତି l କରୋନା ଭାଇରସର ପ୍ରାଦୁର୍ଭାବରେ ସମସ୍ତେ ତ୍ରାହି ତ୍ରାହି ଡାକୁଥିବାବେଳେ ରଶ୍ମୀ ତାଙ୍କ ଭୂମିକାର ସଦୁପଯୋଗ କରିବାକୁ ଭୁଲିନାହାନ୍ତି l କରୋନାର ମୁକାବିଲା ପାଇଁ ସରକାରଙ୍କ ଠାରୁ ଆରମ୍ଭ କାରି ବିଭିନ୍ନ ବେସରକାରୀ ସଂଗଠନ ଏବଂ ସ୍ବେଛାସେବୀ ମାନେ ନିଜନିଜ ସାଧ୍ୟମତେ ସାହାଯ୍ୟ ସହଯୋଗ କରୁଥିବା ବେଳେ ଏହି ମହତକାର୍ଯ୍ୟରେ ପଛରେ ପଡ଼ିନାହାନ୍ତି ରଶ୍ମୀ l ତାଙ୍କ ସହଯୋଗ ସମୁଦ୍ରକୁ ଶଙ୍ଖେ ହେଲେମଧ୍ୟ ନିଶ୍ଚୟ ପ୍ରଶଂସନୀୟ l ସେ ବିଭିନ୍ନ ସମୟରେ ନିଜ ପେସା ଦ୍ୱାରା ସମାଜସେବା କରିବା ସହ ନିଜର ନିଶାକୁ ଏଥିରେ ଯୋଡ଼ିଛନ୍ତି l କୋଦଳାରେ ଚାଲିଥିବା ଅଖଣ୍ଡ ନାମଯଜ୍ଞ ପୀଠରେ ପ୍ରଭୁଙ୍କ ସେବାରେ ନିୟୋଜିତ ସେବାୟତଙ୍କ ନିକଟକୁ ଯାଇ ଶୁଖିଲା ଖାଦ୍ୟ, ମାସ୍କ, ଗାମୁଛା ଆଦି ପ୍ରଦାନ କରିବା ସହ କରୋନା ସମ୍ବନ୍ଧରେ ସଚେତନ କରିଥିଲେ l ରଶ୍ମୀ  ନିୟମିତ ଭାବେ ଏଭଳି ସମାଜସେବା କରୁଥିବା ଦୃଷ୍ଟାନ୍ତ ରହିଛି l ତାଙ୍କୁ ଏହି କାର୍ଯ୍ୟରେ ଅତ୍ୟନ୍ତ ସନ୍ତୁଷ୍ଟି ମିଳିଥାଏ ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି l 

LEAVE A REPLY

Please enter your comment!
Please enter your name here