ଦୁର୍ଗମ ଅଂଚଳରେ ସ୍ୱାସ୍ଥ୍ୟ ସେବାର ସମୀକ୍ଷା କଲେ ଉପଜିଲ୍ଲାପାଳ

0
381

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):ଭଞ୍ଜନଗର ବ୍ଳକ ଅନ୍ତର୍ଗତ ଦଦରଲୁଣ୍ଡା ଗ୍ରାମ ପଂଚାୟତ ରେ ସ୍ୱାସ୍ଥ୍ୟ ପରୀକ୍ଷା ର ଯାଞ୍ଚ କରିଛନ୍ତି ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ । ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତକାଲି ଠାରୁ ଘର ଘର ବୁଲି ସ୍ୱାସ୍ଥ୍ୟ ସେବା ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି।ଏହି କାଯ୍ୟ କୁ ଅଙ୍ଗନାବାଡି କର୍ମୀ , ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଅଞ୍ଚଳରେ ବିଭିନ୍ନ ଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ କରିବା ସହ ସଚେତନ ମଧ୍ୟ କରାଉଛନ୍ତି। ଏଥି ସହ ଗତକାଲି ଉପଜିଲ୍ଲାପାଳ ଦଦରଲୁଣ୍ଡା ଗ୍ରାମ ପଂଚାୟତ ର ଅନେକ ଦୁର୍ଗମ ଅଂଚଳ ପରିଦର୍ଶନ କରି ଅଙ୍ଗନାବାଡି କର୍ମୀଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କିଭଳି ସର୍ଭେ କରୁଛନ୍ତି ସେ ସବୁର ତଦାରଖ କରିବା ସହ ମୁଜାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ମୁଜାଗଡ଼ ରେ ଚାଲିଥିବା ସ୍ୱାସ୍ଥ୍ୟ ସେବାର ମଧ୍ୟ ସମୀକ୍ଷା କରିଥିଲେ।

LEAVE A REPLY

Please enter your comment!
Please enter your name here