ବେଗୁନିଆପଡା ବ୍ଲକରେ କାଳବୈଶାଖୀ ; ଘଡଘଡି ସହ କୁଆ ପଥର ବର୍ଷା ଓ ପବନ

0
394

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା/ଭଞ୍ଜ କିଶୋର ମହାରଣା):ବୁଧବାର ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ କାଳବୈଶାଖୀ ପ୍ରଭାବରେ ଘଡଘଡି ସହ କୁଆ ପଥର ବର୍ଷା ସାଙ୍ଗକୁ ପବନ ଜାରିରହିଛି l କରୋନା ଭୟରେ ସମସ୍ତେ ଲକ ଡାଉନ ଯୋଗୁଁ ଘରେ ରହୁଥିବା ବେଳେ ରୌଦ୍ରତାପରୁ ଜନସାଧାରଣଙ୍କୁ ସାମୟିକ ଆଶ୍ବସ୍ତି ମିଳିଛି l କାଳବୈଶାଖୀ ସନ୍ଧ୍ୟା 7 ଘଣ୍ଟରୁ ଆରମ୍ଭ ହୋଇ ଖବର ଲେଖା ହେଲାଯାଏଁ ଜାରି ରହିଥିଲା ବେଳେ ବିଦ୍ୟୁତ ସରବରାହ ବନ୍ଦ ରହିଛି ଏବଂ କୌଣସି କ୍ଷୟକ୍ଷତି ସୂଚନା ହସ୍ତଗତ ହୋଇନାହିଁ l

LEAVE A REPLY

Please enter your comment!
Please enter your name here