କର୍ତ୍ତବ୍ୟନିଷ୍ଠ କାର୍ଯ୍ୟ ଦକ୍ଷତା ପାଇଁ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ସମ୍ମାନୀତ

0
690

ବ୍ରହ୍ମପୁର/ଗଜପତି (ନ୍ୟୁଜଏକ୍ସଟ୍ରା/ପ୍ରଣୟ ପଣ୍ଡା) : ଶୁକ୍ରବାର ଓଡିଶା ପୋଲିସ ଡିଜି ଶ୍ରୀ ବିଜୟ କୁମାର ଶର୍ମା କ୍ରାଇମବ୍ରାଞ୍ଚର ୨୫ଜଣ ସଫଳ ତଦନ୍ତକାରୀ ଅଧିକାରୀଙ୍କୁ କଟକସ୍ଥିତ କ୍ରାଇମ ବ୍ରାଞ୍ଚ ବିଭାଗ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅଧିକାରୀମାନଙ୍କର ସମୟୋପଯୋଗୀ ତଦନ୍ତ ଫଳରେ ଅପରାଧୀମାନେ ଅଦାଲତରେ ଦଣ୍ଡିତ ହୋଇଛନ୍ତି । ଏହି ୨୫ଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ଶ୍ରୀ ବିବେକାନନ୍ଦ ସ୍ୱାଇଁ ଯିଏ ନିଜର ଉତ୍ତମ ଓ ନିଷ୍ଠାପର ସେବା ପାଇଁ ସମ୍ମାନର ଅଧିକାରୀ ହୋଇଛନ୍ତି । ସୂଚନା ଯୋଗ୍ୟ ଯେ, ୨୦୧୫ ମସିହାରେ ବିବେକା ନନ୍ଦ ସ୍ୱାଇଁ ଖଲ୍ଲିକୋଟ ଥାନା ଅଧିକାରୀ ଥିବା ସମୟରେ ସେହି ବର୍ଷ ଫେବୃୟାରୀ ୨୭ ତାରିଖରେ ଖଲ୍ଲିକୋଟ ନିକଟସ୍ଥ ବାଲୁଙ୍କେଶ୍ୱରପୁର ଗ୍ରାମରେ ଶଙ୍କର ସ୍ୱାଇଁ ନାମକ ଜଣେ ବ୍ୟକ୍ତିଙ୍କୁ ବୁଲୁ ଖୁଣ୍ଟିଆ ନାମକ ଅପରାଧି ହତ୍ୟା କରିଥିଲା । ଏ ନେଇ ଖଲ୍ଲିକୋଟ ଥାନାରେ କେସ୍ ନଂ ୩୪/୨୦୧୫ ମକଦ୍ଦମା ରୁଜୁ କରି ନିଷ୍ଠାପର ଓ ନିରପେକ୍ଷ ତଦନ୍ତ ଦ୍ୱାରା ୩୦୨ ଆଇ.ପି.ସି ଧାରା ଅନୁସାରେ ବୁଲୁ ଖୁଣ୍ଟିଆକୁ ଗିରଫ କରିଥିଲେ । କୋର୍ଟ ବୁଲୁ ଖୁଣ୍ଟିଆଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବାର ରାୟ ଦେଇଥିଲେ । ଏହି ଉଲ୍ଲେଖନୀୟ ସଫଳତା ଯୋଗୁଁ ଡିଜି ଶର୍ମା ଓ ଅତିରିକ୍ତ ଡିଜି ଏସ୍.କେ. ଉପାଧ୍ୟୟ (କ୍ରାଇମବ୍ରାଞ୍ଚ)ଙ୍କ ଉପସ୍ଥିତିରେ ଶ୍ରୀ ସ୍ୱାଇଁଙ୍କୁ ମାନପତ୍ର ଦ୍ୱାରା ସମ୍ମାନୀତ କରାଯାଇଥିଲା । ପାରଳା ଆଇଆଇସି ଶ୍ରୀ ସ୍ୱାଇଁଙ୍କ ସଫଳତାକୁ ନେଇ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସାରା ଶର୍ମା, ଗଜପତି ଜିଲ୍ଲାପାଳ ଶ୍ରୀ ଅନୁପମ ସାହା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୀତାରାମ ଶତପଥି,ଏସ୍ଡିପିଓ ପି.ସିଏଚ୍. ଜେନା ପ୍ରମୁଖଙ୍କ ସମେତ ଗଜପତି ଜିଲ୍ଲାର ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀମାନେ କୃତଜ୍ଞତା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here