ପୂଜ୍ୟ ପୂଜା ସମିତି ପକ୍ଷରୁ ସମାଜ ସଂସ୍କାରକ ଜ୍ୟୋତିରାଓ ଫୁଲେଙ୍କ ଜୟନ୍ତି ପାଳନ

0
114

ବ୍ରହ୍ମପୁର:ସହରର ଅଗ୍ରଣୀ ସାଂସ୍କୃତିକ ସଂଗଠନ ପୂଜ୍ୟ ପୂଜା ସମିତି ପକ୍ଷରୁ ମହାନ ସମାଜ ସଂସ୍କାରକ, ଜାତି ନିର୍ମୁଳ ସମାଜର ସଂସ୍ଥାପକ,ଅନ୍ଧ ବିଶ୍ୱାସ କୁସଂସ୍କାର ବିରୋଧୀ ଆନ୍ଦୋଳନର ପ୍ରବକ୍ତା,ବାଳିକା ଓ ମହିଳାଙ୍କୁ ଶିକ୍ଷା ଅଧିକାର ପାଇଁ ଲଢେଇ କରିଥିବା ମହାତ୍ମା ଜ୍ୟୋତି ରାଓ ଫୁଲେଙ୍କ ଆଜି ୧୯୮ତମ ଜୟନ୍ତି ପାଳନ ହୋଇଯାଇଛି l ଏଥି ଅବସରରେ ତାଙ୍କ ପ୍ରତି ବୈପ୍ଲବିକ ଶ୍ରଦ୍ଧାଞ୍ଜଳି ଜଣାଇବାସହ ସ୍ଥାନୀୟ ବିଜିପୁର କମ୍ୟୁନିଟି ହଲ ଠାରେ ଆଜି ସମ୍ପାଦକ ଏସ. ସାମ୍ବାଶିବା ରାଓଙ୍କ ଅଧ୍ୟକ୍ଷତାରେ ସ୍ମରଣ ସଭା ଅନୁଷ୍ଠିତ ହୋଇଯାଇଛି l ଜ୍ୟୋତିରାଓ ଫୁଲେ ଆଧୁନିକ ଭାରତରେ ମାନବବାଦୀ ଧାରାର ଜଣେ ଆଦ୍ୟ ଅନୁଶୀଳନକାରୀ ଅଟନ୍ତି l ସ୍ୱାଧୀନତା, ସମାନତା ଓ ଭାତୃଭାବର ମୂଲ୍ୟବୋଧକୁ ଭାରତୀୟ ଭାବଧାରାରେ କଠୋର ଭାବେ ଉପଯୋଗ କରିବାରେ ଜ୍ୟୋତିରାଓ ହେଉଛନ୍ତି ପ୍ରଥମ ଭାରତୀୟ l ଉନ୍ନବିଂଶ ଶତାବ୍ଦୀରେ ମହାତ୍ମା ଜ୍ୟୋତିରାଓ ଫୁଲେ ଜଣେ ପ୍ରମୁଖ ସମାଜ ସଂସ୍କାରକ ଥିଲେ l ଦଳିତ, ଅବହେଳିତ ଓ ନିଷ୍ପେସିତ ମାନଙ୍କ ଉତଥାନ, ନାରୀଶିକ୍ଷା ତଥା ଭାରତର ସାମାଜିକ ବ୍ୟବସ୍ଥାରେ ସମ୍ପୂର୍ଣ ସଂସ୍କାର ଆଣିବା ପାଇଁ ସେ ଅକ୍ଲାନ୍ତ ପରିଶ୍ରମ କରିଥିଲେ l ଉଭୟ କର୍ମ ଓ ଚିନ୍ତା ଚେତନାରେ ବିପ୍ଲବୀ ଥିବା ମହାତ୍ମା ଫୁଲେ ନୂତନ ପିଢ଼ିର ବୁଦ୍ଧିଜୀବୀମାନଙ୍କ ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବେ l ଆଜିର ସ୍ମରଣ ସଭାରେ ମାନବବାଦୀ ହେତୁବାଦୀ ସଂଗଠନର କେ. ନନ୍ଦେସୁ ସେନାପତି, ବାମପନ୍ଥୀ ନେତା ଅଳକାନାଥ ମିଶ୍ର, ଶିକ୍ଷକ ସଂଗଠନ ନେତା ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ସୁବାଷ ଚନ୍ଦ୍ର ମିଶ୍ର, କବିରାଜ ସାହୁ, ଅଶୋକ ଦଳାଇ, ସନ୍ତୋଷ କୁମାର ପାତ୍ର, ଅବନୀ ଗୟା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ଶେଷରେ ଏସ. ସାମ୍ବାଶିବା ରାଓ ଧନ୍ୟବାଦ ଜଣାଇଥିଲେ l

LEAVE A REPLY

Please enter your comment!
Please enter your name here