ଆନ୍ତରାଜ୍ୟ ଚନ୍ଦୁ ସାହାଣୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ନବରଙ୍ଗପୁର ଚାମ୍ପିଅନ

0
173

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୁନାଗଡ ସହର ସ୍ଥିତ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ ଠାରେ ଚାଲିଥିବା ଆନ୍ତରାଜ୍ୟ ଚନ୍ଦୁ ସାହାଣୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଆଜି ଫାଇନାଲ ଦିନ ଜୟପୁର ବନାମ ନବରଙ୍ଗପୁର
ମଧ୍ୟ ରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଜୟପୁର ଦଳ ପ୍ରଥମେ ଟସ୍ ଜିତି ଫିଲିଡ଼ିଂ କରିବାର ନିଷ୍ପତ୍ତି ନେଇଥିଲେ । ନବରଙ୍ଗପୁର
ଦଳ ପ୍ରଥମେ ବ୍ୟାଟିଂ କରି ୩୦ ଓଭରରେ ରେ ୨୧୨/୯ ରନ୍ କରିଥିଲେ । ଏହାର ଜବାବ ରେ ଜୟପୁର ଦଳ ୨୯ ଓଭରରେ ରେ ସମସ୍ତ ୱିକେଟ ହରାଇ ୧୮୮ ରନ୍ ସଂଗ୍ରହ କରି ଥିଲା ୨୪ ରନ ରେ ନବରଙ୍ଗପୁର
ବିଜୟୀ ହେବା ସହ ଚାମ୍ପିଅନ ହୋଇଥିଲେ।
ନବରଙ୍ଗପୁର
ଦଳ ର ଅର୍ଜୁନ ମଲ୍ୟୟ ସୁନ୍ଦର ଖେଳ ପ୍ରଦର୍ଶନ କରି ୨୮ ରନ ଓ ୩ୱିକେଟ ନେଇ ମେନ୍ ଅଫଦିମ୍ୟାଚ ହେଇଥିଲେ ଓ ଟୁର୍ଣ୍ଣମେଣ୍ଟ ର ଭଲ ଖେଳାଳି ମେନ୍ଅଫଦି ସିରିଜ ନବରଙ୍ଗପୁର ଦଳ ର ରବି ସଂଗର ହେଇଥିଲେ ।
ମ୍ୟାଚରେ ଅମ୍ପାୟାର ଭାବେ ଅସିତ୍ ପଟ୍ଟନାୟକ, ଓ ଦିପେନ୍ ସାହୁ ଖେଳ ପରିଚାଳନା କରିଥିବା ବେଳେ ସ୍କୋରର ପରମେଶ୍ବର ପୋଢ଼ ଓ ମୁନୁ ବେହେର, ନୀତିଶ ମହାପାତ୍ର, ବିନୟ ସାହୁ, ମାନସ ସାହୁ, ସତିଶ ପ୍ରଧାନ, ଯାଭିଦ ଖାନ ଧାରା ବିବରଣୀ ପ୍ରଦାନ କରିଥିଲେ । ଆଜିର ମ୍ୟାଚରେ ଅତିଥି ଭାବେ ଜୁନାଗଡ ବ୍ଲକ ଅଧ୍ୟକ୍ଷା ସବିତା ମେହେର, ଏନସି ଅଧକ୍ଷ ମୁକେଶ ଅଗ୍ରୱାଲ, ସମାଜ ସେବୀ ସନ୍ତୋଷ ସାହୁ, ଉଦ୍ଧବ ସାହୁ, ଶୈଳେଶ ସାହୁ, ଏନସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରେମଲାଲ ହିଆଲ, ସ୍ବର୍ଗତ ଚନ୍ଦୁ ସାହାଣୀଙ୍କ ଧର୍ମପତ୍ନୀ ପ୍ରଭାତୀ ସାହାଣୀ ,ଇଶ୍ଵର ପୁଝାରୀ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ନ୍ୟୁରେଡ଼ଷ୍ଟାର ସ୍ପୋର୍ଟସ କ୍ଲବର ସଭାପତି ହିମାଂଶୁ ଶେଖର ବରାଡ ଙ୍କ ନେତୃତ୍ଵ ରେ ମାନସ ସାହୁ, ଦିଲୀପ ପଣ୍ଡା, ସୁଶୀଲ ଠାକୁର, ନିହାର ପଣ୍ଡା, ରମଣୀ ପଣ୍ଡା, ସୁଜିତ୍ ପଣ୍ଡା, ମାନୁ ସାହୁ, ସୁଧାଂଶୁ ବାରାଡ, ପପୁ ଭଞ୍ଜ, କ୍ରୀଷ୍ଣା ନାଏକ, ବାପୁନି, ବଣ୍ଟି, ସୁରଜ୍,ରାଜା, ବିକି, ରାହୁଲ,ରଞ୍ଜନ, ଜିତୁ, କାଶୀ ଘି, ସୁରେଶ ବାଗ, କାଳିଆ କନ୍ଧପାନ ବିଶ୍ଵ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ରିପୋର୍ଟ:ଦୁଷ୍ମନ୍ତ ପଣ୍ଡା

LEAVE A REPLY

Please enter your comment!
Please enter your name here