ବୁଗୁଡା ବଳଦେବ ସ୍ବାମୀ ଘରୋଇ ବସ୍ ମାଲିକ ସଂଘର ନୂତନ କର୍ମକର୍ତ୍ତା ଚୟନ

0
164

ବୁଗୁଡା : ବୁଗୁଡା ବ୍ଳକ ଅନ୍ତର୍ଗତ ଖୋଳଖାଳି ସ୍ଥିତ ମା’ ବାଙ୍କେଶ୍ବରୀ ମନ୍ଦିର ପରିସରରେ ଅକ୍ଟୋବର ୧୬ ତାରିଖ ସୋମବାର ଦିନ ବୁଗୁଡା ବଳଦେବ ସ୍ବାମୀ ଘରୋଇ ବସ୍ ମାଲିକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକ ବଳରାମ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ନୂତନ କର୍ମକର୍ତ୍ତା ଚୟନ ହୋଇଥିଲା। ପୁନର୍ବାର ଭି. ରାଜେନ୍ଦ୍ର ରାଓ ଦୋରାଙ୍କୁ ସଭାପତି ଭାବେ ଚୟନ କରାଯାଇଥିବା ବେଳେ ଉପସଭାପତି ସରୋଜ କୁମାର ସାହୁ, ସମ୍ପାଦକ ଦୀପକ କୁମାର ଦାସ,ସହ ସମ୍ପାଦକ ହୃଷିକେଶ ପାଣି, କୋଷାଧ୍ୟକ୍ଷ ଯଶ କେତନ ପୃଷ୍ଟି, ଷ୍ଟାଣ୍ଡ ସେକ୍ରେଟାରୀ ସୂର୍ଯ୍ୟ ଗୌଡଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା। ସଂଘକୁ ଉଚିତ ମାର୍ଗ ଦେବା ପାଇଁ ୮ ଜଣ ଉପଦେଷ୍ଟା ନିଳାଞ୍ଚଳ ପଣ୍ଡା, ସନ୍ତୋଷ କୁମାର ପଣ୍ଡା, ବଳରାମ ପାଣିଗ୍ରାହୀ, କରମଳ ରାଉତ, ରାଜେନ୍ଦ୍ର କୁମାର ପୋଲାଇ, ଏମ୍ ପ୍ରଣତି କୁମାର, ଜଗଦୀଶ ଆଚାରୀ, ସିମାଞ୍ଚଳ ଜେନା ଙ୍କୁ ଚୟନ କରାଯାଇଥିଲା।ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିବା ବେଳେ ଉପଦେଷ୍ଟା ନିଳାଞ୍ଚଳ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here