ଲମ୍ଫି ଭାଇରସର ସୁରକ୍ଷା କବଚ ଘୁମୁସରୀ ଲଡୁ

0
241

ଭଞ୍ଜନଗର : ଗୋରୁ ଗାଇଙ୍କୁ ବ୍ୟାପୁଥିବା ଚର୍ମବିଣ୍ଡି ରୋଗ ଯଥା ଲମ୍ଫି ମହାମାରୀ ର ଉପସମ ଓ ମୁକାବିଲା ପାଇଁ ଘୁମୁସରୀ ଗୋ-ପ୍ରଜାତୀ ବିକାଶ ଓ ସଂରକ୍ଷଣ ସମିତି ପକ୍ଷରୁ ଗୋପାଳକ ମାନଙ୍କୁ ନେଇ ଏକ ବୈଠକ ବାରୁଡା ପଞ୍ଚାୟତର ବିଲିପଡା ଠାରେ ଅନୁଷ୍ଠିତ ହୋଇଯାଇଛି। ଏହାର ମୁକାବିଲା ନିମନ୍ତେ ସରକାରୀ ସ୍ତରରେ ପ୍ରତିଷେଧକ ଟୀକା ବାହାରି ନଥିବା ବେଳେ ଚେରମୂଳି ଯୋଗେ ପ୍ରସ୍ତୁତ ଘୁମୁସରୀ ଲଡୁ ବାହାର କରି ଘୁମୁସର ଅଞ୍ଚଳ ସମେତ ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ଗୋପାଳ ଗୋପାଳିକାଙ୍କୁ ତାଲିମ ପ୍ରଦାନ କରାଯିବା ସହ ଆୟୁର୍ବେଦ ଚିକିତ୍ସା ପ୍ରଦାନ କରାଯାଇଛି। ସ୍ଥାନୀୟ ଘୁମୁସରୀ ଗୋବଂଶ ଥିବା ତୁରୁମୁ, ବେରୁହଁବାଡି, ସାମରଡା, ସୂତାଙ୍ଗୀ, ରାଇପଲ୍ଲି, ବାହୁକପଲ୍ଲୀ, ବିରିପଦର, ବିଲିପଡା, ଖଇରପୁଟି, ବାଲିଆପଟI,କୋଟିପଡା, ହଦସାହି, ଝାଡବନ୍ଧ, ତିଳିଶିଙ୍ଗୀ, କୋଟିବାରାଡି ଇତ୍ୟାଦି ଗ୍ରାମରୁ ଶତାଧିକ ଗୋପାଳ ଗୋପାଳିକା କୃଷକ ସମିତିର ତାଲିମରେ ଭାଗ ନେଇ ଦେଶୀ ଗାଈର ଉପଯୁକ୍ତ ଯତ୍ନ ନେବା ଉପରେ ମାର୍ଗଦର୍ଶନ ପାଇଥିଲେ I ସମିତିର ବରିଷ୍ଠ ସଦସ୍ୟ ବ୍ରହ୍ମାନନ୍ଦ ପତି ସାଧନ କର୍ମୀ ଭାବେ ଯୋଗ ଦେଇ ଘୁମୁସରୀ ଲଡୁ ପ୍ରସ୍ତୁତି ଶିଖାଇ ଥିଲେ। ଏହାର ଉପକାରିତା ଉପରେ ଶିକ୍ଷାବିତ ସୁଦାମ ଡାକୁଆ ବୁଝାଇ ଥିବା ବେଳେ ବାରୁଡା ପଶୁ ନିରୀକ୍ଷକ ଯୁଗଳ କିଶୋର ପାତ୍ର ସରକାରଙ୍କ ଟୀକାକରଣରେ ସମସ୍ତ ଗୋପାଳ ସମ୍ପୂର୍ଣ ଭାଗୀଦାର ପାଇଁ ନିବେଦନ କରିଥିଲେ I ସମିତି ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ଏହାକୁ ସଂଯୋଜନା କରିଥିଲେ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here