ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ

0
729

ଗଜପତି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗତକାଲି ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଗଙ୍ଗାବାଡ ସ୍ଥିତ ପଞ୍ଚାୟତ କାର୍ଯ୍ୟଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମର ଅଧ୍ୟକ୍ଷତା ଗଜପତି ଜିଲ୍ଲାପାଳ ଅନୁପମ ଶାହା କରିଥିଲେ । ଏଥିରେ ଜିଲ୍ଲାପାଳ ଅନୁପମ ଶାହା ଓ ଏସପି ସାରା ଶର୍ମା ସମୁଦାୟ ୪୪ ଗୋଟି ଜନ-ଅଭିଯୋଗର ଶୁଣାଣୀ କରିଥିଲେ । ଏଥିରେ ମୋଟ ୧୧ ଟି ବ୍ୟକ୍ତିଗତ ଓ ୩୩ ଟି ଗ୍ରାମ୍ୟ ସ୍ତରୀୟ ଗୋଷ୍ଠିଗତ ଅଭିଯୋଗ ରହିଥିଲା । ଏଥିରେ କେବଳ ଜଣକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୦ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲ । ଜନ-ଅଭିଯୋଗ ଗୁଡ଼ିକ ମଧ୍ୟରେ ମୁଖ୍ୟତଃ ରାସ୍ତାଘାଟ, ପାନୀୟଜଳ, ସ୍ୱାସ୍ଥ୍ୟ ପ୍ରଭୃତି ସମସ୍ୟା ସମେତ ଆବାସ ଓ ବିଜୁ ପକ୍କା ଘର ପ୍ରଭୃତି ଅଭିଯୋଗ ରହିଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଇବି କାର୍ଯ୍ୟକ୍ରମରେ ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା, ପଞ୍ଚାୟତ ସମିତି ଅଧ୍ୟକ୍ଷ ଧନେଶ୍ୱର ଭୂୟାଁ, ବିଡିଓ, ଲୁକାଶ ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀମାନେ ଏବଂ ବହୁ ସଂଖ୍ୟାରେ ବିଭିନ୍ନ ଗ୍ରାମର ଲୋକେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here