ମନ୍ତ୍ରୀ ଓ ବିଧାୟକ ମାନଙ୍କ ତାମ୍ପରା ହ୍ରଦ ଏବଂ ମା ତାରାତାରିଣୀଙ୍କ ପୀଠର ଉନ୍ନତି କରଣ ପରିଦର୍ଶନ ଏକ ଅଂଶ ବିଶେଷ- ଜିଲ୍ଲା ପ୍ରଶାସନ

0
243

ଛତ୍ରପୁର : 5-ଟି ଉପକ୍ରମରେ ରୂପାନ୍ତର ହୋଇ ବିଭିନ୍ନ ଯୋଜନା ସମୟ, ସ୍ବଚ୍ଛତା, ଟେକ୍ନୋଲୋଜି, ଟିମ୍ ଓ୍ବାର୍କ ଏବଂ ରୂପାନ୍ତରଣ ଦ୍ବାରା ଜିଲ୍ଲାର ଅନେକ ଗୁଡିଏ ଉନ୍ନୟନ ମୂଳକ କାର୍ଯ୍ୟ ହୋଇଛି । ଏହି ସମସ୍ତ କାର୍ଯ୍ୟକ୍ରମର ପୂର୍ବ ସ୍ଥିତି କଣ ଥିଲା ଏବଂ ପରବର୍ତ୍ତି ପର୍ଯ୍ୟାୟରେ ଏହା ରୂପାନ୍ତରିତ ହୋଇ କିଭଳି ହୋଇଛି ସେ ସବୁ ପରଖିବା ସହିତ ଏହାର କାର୍ଯ୍ୟଧାରାରେ କେଉଁ ସବୁ ପରିବର୍ତ୍ତନର ଆବଶ୍ୟକତା ରହିଛି ସେଥି ସମ୍ପର୍କରେ ମତାମତ ଗୁଡିକ ରଖିବା ନେଇ ଗଞ୍ଜାମ ଜିଲ୍ଲାକୁ ମନ୍ତ୍ରୀ ଏବଂ ବିଧାୟକ ମାନଙ୍କର ଗସ୍ତ କାର୍ଯ୍ୟକ୍ରମ । ଦୁଇଟି ପର୍ଯ୍ୟାୟରେ ମନ୍ତ୍ରୀ ଏବଂ ବିଧାୟକଗଣ ଆସି ସେ ସବୁ ଯୋଜନାମାନ ଦେଖି ସେମାନଙ୍କର ମତାମତ ଦେଇଛନ୍ତି ଏବଂ ଆଗାମୀ ଦିନରେ ଆଉ ତିନୋଟି ପର୍ଯ୍ୟାୟରେ ମନ୍ତ୍ରୀ ଓ ବିଧାୟକଗଣ ଆସି ସେମାନଙ୍କର ମତାମତ ରଖିବେ । ଯାହାକି ରାଜ୍ୟର ଅନ୍ୟ ଜିଲ୍ଲା ମାନଙ୍କରେ ସେହିସବୁ ଯୋଜନାମାନ କାର୍ଯ୍ୟକାରି କରିବାକୁ ଗଲାବେଳେ ସେମାନଙ୍କ ମତାମତକୁ ଦୃଷ୍ଟି ଦେଇ କାର୍ଯ୍ୟ କରାଯିବ । ଏହି ଲକ୍ଷ୍ୟନେଇ ଯେତେବେଳେ ମନ୍ତ୍ରୀ ଓ ବିଧାୟକଗଣ ଆସୁଛନ୍ତି, ସେମାନଙ୍କ ଗସ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ଅନ୍ୟାନ୍ୟ ଉନ୍ନତି ମୂଳକ କାର୍ଯ୍ୟ ସହିତ ତାମ୍ପରା ହ୍ରଦର ବିକାଶ ଓ ମା ତାରାତାରିଣୀ ମନ୍ଦିର ଚତୁଃପାର୍ଶ୍ବର ଉନ୍ନତି କାର୍ଯ୍ୟ ପରଖିବା ଏକ ଅଂଶ ବିଶେଷ ରହିଛି । ପର୍ଯ୍ୟଟନ ସ୍ଥଳୀର ବିକାଶରୂପେ ଉଭୟ ତାମ୍ପରା ହ୍ରଦ ଏବଂ ମା ତାରାତାରିଣୀ ପୀଠ ଅନ୍ତର୍ଭୁକ୍ତ । ଏଣୁ ଏହାକୁ ଅନ୍ୟ ଦୃଷ୍ଟିରେ ନ ଦେଖିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here