ବାଲିପଦର କଲେଜ ଅଧ୍ୟକ୍ଷଙ୍କ ମାତୃ ବିୟୋଗ

0
394

ବୁଗୁଡ଼ା:ବୁଗୁଡା ବ୍ଳକ ଅନ୍ତର୍ଗତ ବାଲିପଦର ନିକଟସ୍ଥ ଝୋଲରୀ ଗ୍ରାମର ବି.ରଙ୍ଗବତୀ ପାତ୍ରଙ୍କ ଆଜି ମଇ ୨୭ ତାରିଖ ଦିନ ପରଲୋକ ଗମନ ହୋଇଯାଇଛି । ସେ ଜଣେ ଧର୍ମାପ୍ରାଣା ମହିଳା ଥିଲେ। ତାଙ୍କ ସ୍ବାମୀ ବି. କାଳୁଚରଣ ପାତ୍ର ପଞ୍ଚସଖା ଧର୍ମ ସଂଗଠନ ର ଜଣେ ପ୍ରବର୍ତ୍ତକ ଭାବେ ବେଶ ସୁନାମ ଅର୍ଜନ କରି ଇହଲୀଳା ସମ୍ବରଣ କରିଥିଲେ । ଆଜି ପୁଣି ସ୍ବର୍ଗତ ରଙ୍ଗବତୀ ଙ୍କ ମୃତ୍ୟୁ ତାଙ୍କ ପରିବାରର ମାନଦଣ୍ଡ ଦୋହଲାଇ ଦେଇଛି।ବାଲିପଦର କଲେଜ ଅଧ୍ୟକ୍ଷ ଡ଼ଃ.ବି.ପ୍ରକାଶ ଚନ୍ଦ୍ର ପାତ୍ର ଙ୍କ ମାଆ, ସାହିତ୍ୟ ପ୍ରେମୀ, ୧୯୯୩ ମସିହାଠାରୁ ବିଭିନ୍ନ ଖବରକାଗଜରେ ଖବର ପରିବେଷଣର ବାର୍ତ୍ତା କୁ ବେଶ ଉପଲବ୍ଧି କରୁଥିବା ସ୍ବର୍ଗତ ରଙ୍ଗବତୀଙ୍କ କାର୍ଯ୍ୟ ଶୈଳୀ ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା । ଦୀବଙ୍ଗତ ଆତ୍ମାର ସଦ୍ଗତି କାମନା କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପୂର୍ବକ ଶାନ୍ତି କାମନା କରିବା ସହ ଜଗନ୍ନାଥ ତାଙ୍କ ପରିବାର ଙ୍କୁ ସହାୟ ହୁଅନ୍ତୁ । ମୃତ୍ୟୁ ବେଳକୁ ତାଙ୍କ ଦୁଇ ପୁଅ ଏକମାତ୍ର ଝିଅ, ନାତି ନାତୁଣୀ, ଦୁଇ ଭାଇ, ବନ୍ଧୁ ପରିଜନ ନିଜ ବାସ ଭବନରେ ଉପସ୍ଥିତ ରହି ଶବ ସତ୍କାର ରେ ସହଯୋଗ କରିଥିଲେ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here