ଅପହଞ୍ଚ ଇଲାକାରେ ସଚେତନ ଓ ସାହାଯ୍ୟ ଯୋଗାଉଛି ହେଲ୍ପ ଇଣ୍ଡିଆ ପରିବାର

0
363

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା) କରୋନା ମହାମାରୀ ଭଳି ଦୁର୍ଦ୍ଦିନ ସମୟରେ ମଧ୍ୟ ପ୍ରଶାସନ ଦୃଷ୍ଟି ଆଢୁଆଳରେ ରହିଯାଇଛି ଅନେକ ଗୁଡ଼ିଏ ଗ୍ରାମ।ଏଭଳି ପରିସ୍ଥିତିରେ ସେଠାକାର ଲୋକଙ୍କ ଜୀବନ ଜୀବିକା କିଭଳି ରହିଛି ତାହା ଦେଖିବାକୁ କେହି ନାହିଁ।ସେଠାରେ ଦିନେ ହେଲେ କୌଣସି ରାଜନେତା କି ପ୍ରଶାସନିକ ଅଧିକାରୀ ଙ୍କ ପାଦ ପଡ଼ିନାହିଁ। ଆମେ କଥାରେ ନୁହେଁ କାମରେ ବିଶ୍ୱାସ କରୁ ଏହାକୁ ପୁଣି ପ୍ରମାଣ କରି ଦେଖାଇଛନ୍ତି ହେଲ୍ପ ଇଣ୍ଡିଆ ପରିବାର।ସବୁ ଝଡ ଝଞ୍ଜା କୁ ଭୁଲି ସମାଜ ସେବା ରେ ଲାଗିପଡିଛି ଏହି ସ୍ବେଛାସେବୀ ସଙ୍ଗଠନ ।୪ଟି ପାହାଡ଼ ଡେଇଁ ଦୀର୍ଘ ୮କିଲୋମିଟର ରାସ୍ତା ପାଦରେ ଚାଲି ଚାଲି ଗଞ୍ଜାମ ହେଲ୍ପ ଇଣ୍ଡିଆ ପରିବାର ଭଞ୍ଜନଗର ବ୍ଲକ ଦଦରା ଲୁଣ୍ଡା ପଞ୍ଚାୟତ ମିଟିରିକିଆ ଗ୍ରାମରେ ପହଁଞ୍ଚିଥିଲା। ଏକ ବଣପାହାଡ଼ ଘେରା ଅପହଞ୍ଚ ଇଲାକା।ବିଜ୍ଞାନ ଯୁଗରେ ଆଜି ମଧ୍ୟ ଆଧୁନିକ ସଭ୍ୟତା ଠାରୁ ବହୁତ ଦୂରରେ ରହିଛି ଏହି ଗାଁ।ନା ଅଛି ଭଲ ରାସ୍ତା ଘାଟ, ନା ମିଳୁଛି ସରକାରୀ ସୁବିଧା ସୁଯୋଗ।ତେଣୁ ଆଜି ବି ଅପହଞ୍ଚ ଓ ଅବହେଳିତ ହୋଇ ରହିଛି ଏହି ମିଟିରିକିଆ ଗ୍ରାମ।ହେଲ୍ପ ଇଣ୍ଡିଆର ଗଞ୍ଜାମ ଜିଲ୍ଲା ସଭାପତି ଶିବ ଶଙ୍କର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସେଠାରେ ଲୋକଙ୍କୁ ସଚେତନ କରିବା ସହ ମାସ୍କ, ସାନିଟାଇଜର ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ମୁଜାଗଡ଼ ଯୁବ ସରପଞ୍ଚ ଶିବ ଶଙ୍କର ପ୍ରଧାନ ଙ୍କ ସହ,ବଳରାମ ସାହୁ, ଦିପୁ ଡାକୁଆ, ଅଜୟ ନାୟକ, ମଣ୍ଟୁ ନାୟକ, ସାଇ ପାତ୍ର, ନାରାୟଣ ନାୟକ, ସରୋଜ ବିଷୋୟୀ, ନିଲୁ ବିଷୋୟୀ ଉପସ୍ଥିତ ରହି ସହଯୋଗ କରିଥିଲେ।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here