ଆଶା ଓ ଗାଁ କଲ୍ୟାଣ ସମିତି ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ;୧୧ ଗ୍ରାମ କୁ ସୁସ୍ଥ ଗ୍ରାମ ସମ୍ମାନ ପ୍ରଦାନ

0
298

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା) ଗଂଜାମ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ମଙ୍ଗଳବାର ଭଞ୍ଜନଗର ସ୍ଥିତ ଟାଉନ ହଲ ଠାରେ ଆଶା ଓ ଗାଁ କଲ୍ୟାଣ ସମିତି ମାନଙ୍କର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହେଇଯାଇଛି | ତୃଣମୂଳ ସ୍ତରରେ ଆଶା ଏବଂ ଗାଁ କଲ୍ୟାଣ ସମିତି ମାନଙ୍କର ଭୂମିକା ବହୁତ ଗୁରୁତ୍ୱ ଵହନ କରୁଛି। ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ, ପୁଷ୍ଟିକର ଯୋଜନା,ପରିମଳ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଗୁଡିକର ମାର୍ଗଦର୍ଶକ ସାଜି ଏହାର ସଫଳ ରୂପାୟନ ଦିଗରେ ନିଜକୁ ନିୟୋଜିତ କରି ଉତ୍ତମ କାମ ଜାରି ରଖିଥବାରୁ ଉପସ୍ଥିତ ଅତିଥି ମାନେ ପ୍ରଶଂସା କରିଥିଲେ। ମହାମାରୀ କୋଭିଡ କାଳରେ ଜୀବନକୁ ବାଜି ଲଗେଇ ନିଜ ଦାୟିତ୍ୱ ସଠିକ ଭାବେ ତୁଲେଇଥିବା ଯୋଗୁଁ ସମସ୍ତଙ୍କୁ ଅତିଥି ମାନେ ପ୍ରଂଶସା କରିଛନ୍ତି। ଉତ୍ତମ ସ୍ୱାସ୍ଥ୍ୟ ସେବା ଓ ଏହାର ସୁବିନିଯୋଗ ପାଇଁ ଗୋଷ୍ଠୀ ସହଭାଗୀତା ନିଶ୍ଚିତ ଭାବେ ସୁଫଳ ହେବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଛନ୍ତି। ଆଶା ଓ ଗାଁ କଲ୍ୟାଣ ସମିତି ମାନଙ୍କ ସକ୍ରିୟ ସହଯୋଗ ଆମ ସ୍ୱାସ୍ଥ୍ୟ ବ୍ୟବସ୍ଥା କୁ ଶୀର୍ଷରେ ପହଂଚିବ ବୋଲି ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି । କାର୍ଯ୍ୟକ୍ରମରେ ଶ୍ରେଷ୍ଠ ଗାଁ କଲ୍ୟାଣ ସମିତି ପୁରସ୍କାର 2020-21 ମସିହା ପାଇଁ ଆଡ଼ପଡା ସ୍ୱାସ୍ଥ୍ୟ ବ୍ଲକ ର ଦେଉଳାପଲ୍ଲୀ ଗାଁ କଲ୍ୟାଣ ସମିତି, ବଡଗଡ଼ ସ୍ୱାସ୍ଥ୍ୟ ବ୍ଲକର ବାଲିନଳା ଗାଁ କଲ୍ୟାଣ ସମିତି, ବାଲିଶିରା ସ୍ୱାସ୍ଥ୍ୟ ବ୍ଲକ ର ଗାଙ୍ଗପୁର ଗାଁ କଲ୍ୟାଣ ସମିତି, ବେଲଗୁଣ୍ଠା ର ଖଇରାପୁଟି, ଧରାକୋଟ ର ଆରଡି ପଲ୍ଲୀ, ଗ୍ୟାଲେରୀ ର ଖପରା,ଜଗନ୍ନାଥ ପ୍ରସାଦ ର କାମସରଗଡ, କବିସୂର୍ଯ୍ୟନଗର ରୋ ଆମ୍ବପୁଆ, ପୋଲସରାର କଳମ୍ବ,ଶେରଗଡ଼ ର ଶଳଶଳା,ବୁଗୁଡ଼ାର ଝଲାରୀ ଗ୍ରାମକୁ ଶ୍ରେଷ୍ଠ ସୁସ୍ଥ ଗ୍ରାମ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ଭାବେ ସୁସ୍ଥ ଗ୍ରାମ ପଂଚାୟତ 2020-21 ପୁରସ୍କାର ପାଇଁ ପୋଲସରା ବ୍ଲକର ନିମିନା ପଂଚାୟତ, କବିସୂର୍ଯ୍ୟନଗର ବ୍ଲକର ଖଜାପଲି,ବାଲିଶିରାର ମୁନିଗାଡ଼ି ପଂଚାୟତ । ସେହିପରି ଶ୍ରେଷ୍ଠ ଆଶା 2020-21 ପାଇଁ ତିନିଜଣଙ୍କୁ ପୋଲସରା ର ଗାୟତ୍ରୀ ସ୍ୱାଇଁ,ବେଲଗୁଣ୍ଠାର ଶ୍ରୀମତୀ କଳ୍ପନା ପରିଡା, ଏବଂ ସୋରଡ଼ାର ବିନୋଦିନୀ ପାଢ଼ୀ, ସ୍ବତନାମୂଳକ ପୁରସ୍କାରରେ ଧରକୋଟର ସୋଚଳା ନାୟକ,ଆସ୍କାର ଏ ଲକ୍ଷ୍ମୀ ପାତ୍ର,କବିସୂର୍ଯ୍ୟନଗର ର ସବିତା କୁମାରୀ ସାହୁ, ଶେରଗଡ଼ର ଏଲି ବରଦା,ସାନଖେମୁଣ୍ଡି ର ସବିତା ଲେଙ୍କା,ଜଗନ୍ନାଥ ପ୍ରସାଦ ଲିନା ମହାନ୍ତି,ବୁଗୁଡ଼ାର କିଶୋରୀ ମଂଥନା ଏବଂ ଗେଲେରୀ ର ପ୍ରମିତା ଗୌଡ଼ ଙ୍କୁ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଚିକିତ୍ସା ଅଧିକାରୀ ଡ଼ଃ ଉମା ଶଙ୍କର ମିଶ୍ର, ସଭାପତି ଭାବେ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନା ର ଅଧ୍ୟକ୍ଷ ସୀତାଂଶୁ ଶେଖର ଶତପଥୀ ଦାୟିତ୍ୱ ତୁଲାଇ ଥିଲେ , ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼, ଭଞ୍ଜନଗର ସିଡିପିଓ ବିଷ୍ନୁପ୍ରିୟା ସେଠୀ, ଜାତୀୟ ସ୍ୱାସ୍ଥ୍ୟ ମିଶନ ର ଡିଏମ ଶ୍ରୀ ଜି. କେ. ସି ପାଣିଗ୍ରାହୀ, ଗଞ୍ଜାମ ଡିଏମଆରସିଏଚ ଶକ୍ତି କୁମାର ଦିଗାଲ, ଆସିଷ୍ଟାଣ୍ଟ ମେନେଜର ଆଶା ଶ୍ରୀ ଆଶିଷ କୁମାର ମିଶ୍ର, ଆସିଷ୍ଟାଣ୍ଟ ମେନେଜର ଜିକେଏସ ଓ କ୍ଯୁଏ ଶ୍ରୀ ସଞ୍ଜୟ କୁମାର ପରିଡା, ଜୁନିଅର ହସ୍ପିଟାଲ ମେନେଜର ଶ୍ରୀ ବିଚିତ୍ର କୁମାର ପାଣିଗ୍ରାହୀ, ଏଡିପିଏଚଓ (ଏଫଡବ୍ଲୁ) ଡ଼ଃ ଭି. ସୋରାଜିନୀ ଦେବୀ ସମେତ ସିଏଚସି ର ସମସ୍ତ ସୁପରିଟେଣ୍ଡେଣ୍ଟ, ସିଏଚସି ର ସମସ୍ତ ବ୍ଲକ ର ପ୍ରୋଗ୍ରାମ ମେନେଜର, ସିଏଚସି ର ସମସ୍ତ ବିଏଏମଏସ ଓ ବିଡିଏମଏସ , ଭଞ୍ଜନଗର ହସ୍ପିଟାଲ ର ସମସ୍ତ ଏକାଉଟେଣ୍ଟ ଓ ବିଡ଼ିଏମ ମାନେ ଉପସ୍ଥିତ ଥିଲେ।

ରିପୋର୍ଟ: ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here