ପୋଲସରା ବିଧାୟକଙ୍କୁ ଭବ୍ୟ ସମ୍ବର୍ଦ୍ଧନା

0
276

ପୋଲସରା(ଅନିଲ କୁମାର ମହାରଣା)ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କୁ ନଗର ଓ ବ୍ଲକ ବିଜେଡିର ଶତାଧିକ ନେତା ଓ କର୍ମୀ ପକ୍ଷରୁ ନୂତନ ବର୍ଷ ଉପଲକ୍ଷେ ଭବ୍ୟ ସମ୍ବର୍ଦ୍ଧନା ଜଣାଇଛନ୍ତି। ୨୦୨୧ ବର୍ଷର ନୂତନ ସମ୍ଭାବନାକୁ ନେଇ ପୋଲସରା ଏନ୍ଏସି ବିଜୁ ଜନତା ଦଳର ଶତାଧିକ କର୍ମୀ ଓ ନେତା ପୋଲସରା ପୂର୍ତ୍ତ ବିଭାଗ ଡାକବଙ୍ଗଳାରୁ ଏକ ବିରାଟ ବାଇକ୍ ରାଲିରେ ବାହାରି ହାତୀଓଟ ସ୍ଥିତ ଜରାଶ୍ରମରେ ପହଞ୍ଚି ବିଧାୟକ ଶ୍ରୀ ସାହୁଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇବା ସହ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ସେହିପରି ବ୍ଲକ ବିଜେଡି ପକ୍ଷରୁ ମଧ୍ୟ ଅନୁରୂପ ଭାବରେ ମଙ୍ଗଳବାର ଦିନ ବିଧାୟକ ଶ୍ରୀ ସାହୁଙ୍କୁ ପୁଷ୍ପ ଗୁଚ୍ଛ ଦେଇ ନୂତନ ବର୍ଷର ସମ୍ବର୍ଦ୍ଧନା ଓ ଶୁଭେଚ୍ଛା ଜଣାଇଥିଲେ। ଏହି ଭବ୍ୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପୋଲସରା ସାଂସଦ ପ୍ରତିନିଧି ମୋତିରାମ ସାହୁ, ପୋଲସରା ଏନ୍ଏସି ନଗର ସଭାପତି ରଞ୍ଜିତ ସାହୁ , ସଂପାଦକ ବାବୁଲା ପଟ୍ଟନାୟକ , ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ବେହେରା , ଗଂଜାମ ଜିଲ୍ଲା ସଂପାଦକ ଗୋପାଳ କୃଷ୍ଣ ସାହୁ , ଜିଲ୍ଲା ଛାତ୍ର ସଂପାଦକ ରଞ୍ଜନ କୁମାର ପାଣିଗ୍ରାହୀ , ଜିଲ୍ଲା ସହସଂପାଦକ ରତ୍ନାକର ସାହୁ , ବ୍ଲକ ସଭାପତି ସୁରେନ୍ଦ୍ରନାଥ ପ୍ରଧାନ , ସଂପାଦକ ଅଶୋକ କୁମାର ବିଷୋୟୀ, ବ୍ଲକ ଯୁବ ବିଜେଡି ସଭାପତି ସୁଶାନ୍ତ କୁମାର ପୋଲେଇ, ପଞ୍ଚୁ ଦାସ , କ୍ରୀଷ୍ଣା ମଲ୍ଲିକ, ପବିତ୍ର ରାଉତ , ସୁକାନ୍ତ ଭୁୟାଁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here