ଦଣ୍ଡେଶ୍ଵର ପଲ୍ୟୁସନ ଟେଷ୍ଟିଂ ସେଣ୍ଟର ଉଦଘାଟିତ

0
297

କୋଦଳା(ଭଞ୍ଜ କିଶୋର ମହାରଣା) ଗାଡି ଚାଳକଙ୍କ ସୁବିଧା ନିମନ୍ତେ ଖୋଲିଲା ଏକ ନୂଆ ସ୍ଥାୟୀ ମୋଟର ଯାନ ପ୍ରଦୂଷଣ ଯାଞ୍ଚ କେନ୍ଦ୍ର।ଏହି ସେଣ୍ଟର ଟି ସ୍ଥାୟୀ ହୋଇଥିବାରୁ ପ୍ରତି ମୁହୂର୍ତ୍ତରେ ଏଠାରେ ପ୍ରଦୂଷଣ ଯାଞ୍ଚ କରାଯାଇପାରିବ।ଏଠାରେ ସମସ୍ତେ ସୁବିଧାରେ ସେବା ପାଇପାରିବେ ବୋଲି ଏହି ସେଣ୍ଟରର ମୁଖ୍ୟ ନିରଞ୍ଜନ ସାହୁ କହିଛନ୍ତି। କୋଦଳା ବସଷ୍ଟାଣ୍ଡ ନିକଟବର୍ତ୍ତି ଆର.ଆଇ ଅଫିସ ନିକଟରେ ଦଣ୍ଡେଶ୍ଵର ପଲ୍ୟୁସନ ସେଣ୍ଟରକୁ ଆଜି ଦିଗାପଡା ଗ୍ରାମପଞ୍ଚାୟତ ସରପଞ୍ଚ ପ୍ରତିନିଧି ଉପେନ୍ଦ୍ର ପରିଡା ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି।ଏଥିସହ ଏଠାରେ ମଧୁସୂଦନ ଜେନା,ଗିରିଧାରୀ କର,ଭଦ୍ରାଞ୍ଚଳ ମହାରଣା,ସାହିଲ ରାଉତ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି କେନ୍ଦ୍ରରେ ଅନଲାଇନ୍ ରେ ଖୁବ କମ୍ ସମୟ ମଧ୍ୟରେ ଉଭୟ ପେଟ୍ରୋଲ ଓ ଡିଜେଲ ଚାଳିତ ଗାଡ଼ିଗୁଡିକ ପ୍ରଦୂଷଣ ଯାଞ୍ଚ କରାଯାଇ ତୁରନ୍ତ ପଲ୍ୟୁସନ ପ୍ରମାଣପତ୍ର ପ୍ରଦାନ କରାଯିବ।ସରକାରଙ୍କ ପକ୍ଷରୁ ନୂତନ ମୋଟର ଯାନ ଆଇନ କାର୍ଯ୍ୟକାରୀ ହେବା ପରେ ଲୋକଙ୍କ ମଧ୍ୟରେ ସଚେତନତା ମଧ୍ୟ ବୃଦ୍ଧି ପାଇଛି।ସୂଚନା ଥାଉ କି ଏହି ପ୍ରମାଣପତ୍ର ଜଣେ ଚାଳକଙ୍କୁ ପ୍ରଦାନ କରାଗଲେ ଏହା ପ୍ରମାଣ ହୁଏ ଯେ ସେ ଚଳାଉଥିବା ଗାଡ଼ିରୁ ବାହାରୁଥିବା ଗ୍ୟାସ ବାୟୁମଣ୍ଡଳ ପାଇଁ ସେତେ କ୍ଷତିକାରକ ନୁହେଁ ବା ପ୍ରଦୂଷଣ ନିୟନ୍ତ୍ରଣ ମଧ୍ୟରେ ରହିଛି।

LEAVE A REPLY

Please enter your comment!
Please enter your name here