ହେ ଚତୁର୍ଥ ସ୍ତମ୍ଭ ଆମ ହୃଦୟରୁ ସମ୍ମାନ ନେବା ହେବେ…

0
486

ଏ ବିଶ୍ୱର ସମସ୍ତ ଚତୁର୍ଥ ସ୍ତମ୍ଭ ଯୋଦ୍ଧାଙ୍କୁ
ହୃଦୟରୁ ସମ୍ମାନ , ଆପଣଙ୍କ ପ୍ରଶଂସା ପାଇଁ
ମୋ ପାଖରେ ଭାବ ଅଛି କିନ୍ତୁ ଶବ୍ଦ ନାହିଁ ।
ମିହିର ତ୍ରିପାଠୀ,ବ୍ରହ୍ମପୁର
କବିତା ସଂଖ୍ୟା#୧୭୪୯
••••••••••••••••••••••
କିପରି ଜାଣନ୍ତି
ସାଧାରଣର ଏ
ଦୁଃଖ ଭରା ହୃଦ କଥାକୁ

ଦୁଃଖିନୀ ଦୁଃଖକୁ
ଉତାରି ଦିଅନ୍ତି
କଲମ ମୁନରେ ଲେଖାକୁ…

କିଏ ଗଢିଥିଲା
ଏଇ ରୂପ ତୁମ
ସାର୍ଥକତା ଜଗ ପାଇଛି

ଡରି ମରି ଜଗ
ଚୁପ୍ ଥିବା ଵେଳେ
ଉଦୟ ତୁମର ହୋଇଛି…

ଆଖି ଲୁହ ସିନା
ସେ ଗଡାଉଥାଏ
ଦୁଃଖୀ ପ୍ରତିବାଦ କରେନି

ଗୁମୁରି ଗୁମୁରି
ଛାତି ତଳେ ଚାପି
ତା କୋହ ହୃଦରୁ ଝରେନି…

ଅକୁହା କଥାକୁ
କହି ଦେଇ ତୁମେ
ଘଟଣା ଲୁଚିକି ରହେନି

ସମାଜ ଆଗରେ
ଦର୍ପଣ ତୁମେ ହେ
ତୁମ ଜ୍ଞାନ ମାପି ହୁଏନି….

ବିଶ୍ବାସ ଓ ବଳ
ସମାଜର ତୁମେ
ଅନ୍ଧର ଲଉଡି ତୁମେ ତ

ଚୁପ୍ ଥିବା ବେଳେ
ଏ ସାରା ଜଗତ
ତୁମେ ହିଁ ପ୍ରହରୀ ଜାଗ୍ରତ…

ଜୀବନକୁ ତୁମ
ପାଣି ଛଡେଇକି
ଖବର ଦେଉଛ ପରଖୁଛ

ଏକା ପଡିଯିବ
କାହା ଶତ୍ରୁ ହେବ
ଖାତିରି ନକରି ଜିଉଁଛ…

ଲୋକଙ୍କ ସ୍ବରକୁ
ତୁମର କରିଛ
କୋଟି ଜନ ମନ କିଣୁଛ

ସାଧାରଣଙ୍କର
ହୋଇକି ରହିଛ
ସାଧାରଣଙ୍କୁ ତୁମେ ଚିହ୍ନୁଛ…

ସମ୍ଭାବନା-ସତ୍ୟ
ନ୍ୟାୟ-ଆଶା-ନେଇ
ଲଢୁଛ ଲଢ଼ୁଆ ଯୋଦ୍ଧା ହେ

ଅନେକଙ୍କ ଆଶା
ଭରସାର ତୁମେ
କୋଟି ପରମାୟୁ ଜିଅଁ ହେ…

ଜନ-ପ୍ରଶାସନ
ସରକାର-ଧନ
ବେକାର, ଯଦି ତୁମେ ନଥାଅ

ଭଗବାନଙ୍କର
ଆଶୀର୍ବାଦ ଥାଉ
ତୁମେ ସଂସାରକୁ ବଞ୍ଚାଉଥାଅ..

ତୁମ ପରିଶ୍ରମ
ଯଥାର୍ଥତା ଆଜି
ତୁମ ତୁଣ୍ଡ ବାଇଦକୁ ଆଦର କରୁ

ହେ ଚତୁର୍ଥ ସ୍ତମ୍ଭ
ସମ୍ମାନ ନିଅ ହେ
ତୁମ ଲେଖନୀ ମୁନକୁ ଜଗତ ଝୁରୁ…

ମିହିର ତ୍ରିପାଠୀ

LEAVE A REPLY

Please enter your comment!
Please enter your name here