ଲକ ଡାଉନ ଯୋଗୁଁ ଏପ୍ରିଲ ୧୪ ଯାଏଁ ସମସ୍ତ ଯାତ୍ରୀବାହୀ ଟ୍ରେନସେବା ସ୍ଥଗିତ

0
658

l

ନୂଆଦିଲ୍ଲୀ:କରୋନା ସଂକ୍ରମଣର ମୁକାବିଲା ପାଇଁ ସରକାରଙ୍କୁ ବିଭିନ୍ନ ସଂସାଧନକୁ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଛନ୍ତି l ଏହା ମଧ୍ୟରୁ ଭାରତୀୟ ରେଳସେବା ଅନ୍ୟତମ l ଭାରତୀୟ ରେଳପଥ ପକ୍ଷରୁ ଆସନ୍ତା ଏପ୍ରିଲ ୧୪ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ସମସ୍ତ ଯାତ୍ରୀବାହୀ ଟ୍ରେନ ସେବାକୁ ସ୍ଥଗିତ ରଖାଯାଇଛି l ଏହି ସମୟ ମଧ୍ୟରେ ସମସ୍ତ ମେଲ୍, ଏକ୍ସପ୍ରେସ ଟ୍ରେନ, ପ୍ରିମିୟମ ଟ୍ରେନ, ପାସେଞ୍ଜର ଟ୍ରେନକୁ ବାତିଲ କରାଯାଇଛି। ସେହିପରି କୋଲକାତା ମେଟ୍ରୋ ରେଳପଥର ଟ୍ରେନ ଓ ଉପନଗର ଅଞ୍ଚଳରେ ଚଳାଚଳ କରୁଥିବା ସମସ୍ତ ଟ୍ରେନ ସେବା ମଧ୍ୟ ବନ୍ଦ ରହିବ। ତେବେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ପାଇଁ ମାଲବାହୀ ଗାଡି ଚଳାଚଳ କରିବ ବୋଲି ସୂଚନା ରହିଛି l

LEAVE A REPLY

Please enter your comment!
Please enter your name here