ଦେଶରେ ୨୧ ଦିନ ପାଇଁ ଲକ ଡାଉନ ଘୋଷଣା କଲେ ପ୍ରଧାନମନ୍ତ୍ରୀ

0
523

ନୁଆଦିଲ୍ଲୀ(ନ୍ୟୁଜଏକ୍ସଟ୍ରା ବ୍ୟୁରୋ ) :ଆଜି ରାତି ୧୨ ଟାରୁ ୨୧ ଦିନ ଯାଏଁ ଲକଡାଉନ୍ ହେବ ।ଆଜି ରାତି ୧୨ ଟାରୁ ସାରା ଦେଶରେ ଏହି ଲକଡାଉନ୍ ହେବାକୁ ଯାଉଛି”ଏହାଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵିତୀୟ ସମ୍ବୋଧନ l ସାରା ଦେଶ ଉତ୍କଣ୍ଠାର ସହ ଚାହିଁରହିଥିଲା ତାଙ୍କର ବକ୍ତବ୍ୟକୁ l ଯଦି ୨୧ ଦିନ ଆମେ ଏହାକୁ ନପାଳିବା ତାହେଲେ ଦେଶ ୨୧ ବର୍ଷ ପଛକୁ ଚାଲିଯିବାର ସତର୍କ କରି ଦେଶକୁ ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି କି ଆଜି ପୁଣି ଥରେ କରୋନା ବୈଶିକ ମହାମାରୀ ନେଇ ଆଲୋଚନା କରିବା ପାଇଁ ଆପଣଙ୍କ ପାଖକୁ ଆସିଛି । ୨୨ ମାର୍ଚ୍ଚ ଜନତା କର୍ଫ୍ୟୁ ସଙ୍କଳ୍ପ କରାଯାଇଥିଲା ଏବଂ ଏହାକୁ ଦେଶବାସୀ ଦାୟିତ୍ୱପୂର୍ଣ୍ଣ ନାଗରିକ ଭାବେ ନିଜ ଯୋଗଦାନ କରିଥିଲେ । ।ଗତ ଦୁଇ ଦିନ ଧରି ଦେଶର ଅନେକ ସ୍ଥାନରେ ଲକ ଡାଉନ୍ ହୋଇଛି । ସମସ୍ତେ ରାଜ୍ୟ ସରକାରଙ୍କ ଏହି ପ୍ରୟାସକୁ ଗମ୍ଭୀରତାର ସହ ନେବା ଉଚିତ୍।ସମଗ୍ର ଦେଶ ପାଇଁ ସାମାଜିକ ଦୂରତା ଜରୁରୀ । କିଛି ଲୋକଙ୍କ ଅବହେଳା ଆପଣଙ୍କ ଦେଶ ଏବଂ ସମାଜକୁ ବହୁତ ଅସୁବିଧାରେ ପକାଇବ ।ମୁଁ ଦେଶବାସୀଙ୍କୁ ନିବେଦନ କରୁଛି କି ଆପଣ ଯେଉଁଠାରେ ବି ଅଛନ୍ତି ସେଠାରେ ରୁହନ୍ତୁ, ଲକଡାଉନ୍ ୩ ସପ୍ତାହ ହେବ । ପ୍ରତ୍ୟେକ ନାଗରିକଙ୍କ ପାଇଁ ଆଗାମୀ ୨୧ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

LEAVE A REPLY

Please enter your comment!
Please enter your name here