ଦେଶରେ କରୋନା ମୁକାବିଲା ପାଇଁ ସରକାରଙ୍କୁ ସାହାଯ୍ୟର ହାତ ବଢ଼ାଇଲେ କିଛି ବଡ଼ ଉଦ୍ୟୋଗପତି l

0
666

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପି ସଂକ୍ରମିତଙ୍କ ସଂଖ୍ୟା ୪୦୦ ରୁ ଉର୍ଦ୍ଧରେ ପହଞ୍ଚିଥିବା ସମୟରେ ଏହାକୁ ରୋକିବା ପାଇଁ ସରକାରଙ୍କ ଉଦ୍ୟମରେ ସାହାଯ୍ୟ କରିବାକୁ ଆଗକୁ ଆସିଛନ୍ତି କିଛି ଉଦ୍ୟୋଗପତି ଓ ଜଣାଶୁଣା ବ୍ୟକ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଓ ବେଦାନ୍ତ ରିସୋର୍ସ ଲିମିଟେଡର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ l
ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଗୃପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା କରୋନା ଭାଇରସ୍ ଉପରେ ଉଦ୍ବେଗ ପ୍ରକାଶ କରିଛନ୍ତି । ବେତନ ଦେବା ଠାରୁ ଆରମ୍ଭ କରି ଭେଣ୍ଟିଲେଟର ତିଆରି କରିବାକୁ ତାଙ୍କ କମ୍ପାନୀ ନିଷ୍ପତ୍ତି ନେଇଛି ବୋଲି ସେ ସେ ଟୁଇଟ୍ କରି କହିଛନ୍ତି l ଅନୀଲ ଅଗ୍ରୱାଲ କରୋନା ଭାଇରସର ମୁକାବିଲା ପାଇଁ ୧୦୦ କୋଟି ଟଙ୍କାର ସହାୟତା ଦେବେ ବାଲି ଆଜି ଘୋଷଣା କରିଛନ୍ତି । ସେ ନିଜେ ଏକ ଥାଳି ବଜାଇ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଜନତା କର୍ଫ୍ୟୁ’ରେ ଯୋଗ ଦେଇଥିବାର ଫଟୋ ଟ୍ୱିଟ୍ କରି ସେହି ଟ୍ୱିଟରେ ଏହି ଘୋଷଣା କରିଛନ୍ତି ।‘‘ଏହି ମହାମାରୀର ମୁକାବିଲା ପାଇଁ ମୁଁ ୧୦୦ କୋଟି ଟଙ୍କା ଯୋଗଦାନ ଦେଉଛି… ବିଶେଷକରି ଦୈନିକ ମଜୁରୀ ଅର୍ଜନକାରୀଙ୍କ ଅବସ୍ଥା ଚିନ୍ତାର ବିଷୟ । ଆମେ ସାହାଯ୍ୟ କରିବା ପାଇଁ ସବୁ କିଛି କରିବୁ,’’ ଟ୍ୱିଟରେ ଲେଖିଛନ୍ତି ଅଗ୍ରୱାଲ ।

LEAVE A REPLY

Please enter your comment!
Please enter your name here