ଅଭିମାନ ରେ ଝିଅ

0
743

ମାଁ…. ମାଁ…..

କିଏ ଡାକୁଛି
ଏତେ ନିଜର ଏତେ କଅଁଳ କାହାର ଏ ଡାକ
କିଏ କିଏ ଡାକୁଛ …. ଚାରି ଆଡକୁ ଖୋଜିଲା ଆଖି ରେ ଚାହିଁ ପକାଇଲା ବର୍ଷା |
ପାଇଲାନି କାହାକୁ
ପୁଣି ଥରେ ଆଖି ଲାଗି ଆସୁଛି |
ସାତ ମାସ ର ଗର୍ଭ ରେ ସେ , ଖାଲି ସମୟ ରେ ନିଦ ତ ଲାଗି ଆସେ |
ସ୍ବାମୀ ଅଫିସ୍ ଗଲା ପର୍ଯ୍ୟନ୍ତ କେତେ ବାରଣ କଲେ ବି rest ନିଏନି ଗେହ୍ଲି ବିଲେଇ ଟି ପରି ଲସର ପସର ହେଉ ଥାଏ |କିନ୍ତୁ ଆଜିର newspaper ଖବର ଟା ତାକୁ ସମ୍ପୂର୍ଣ ଭାବେ ଦୋହଲାଇ ଦେଇଛି |
ମାତ୍ର 9 ବର୍ଷ ର ଝିଅ ଟା, ଯିଏ କି ମାଁ ବାପାର କୋଳକୁ ନିର୍ଭୟ ସୁରକ୍ଷିତ ଆଶ୍ରୟ ଭାବି ଗଭିର ନିଦ ରେ ଶୋଇ ଥିଲା ତାକୁ ଉଠାଇ ନେଇ ବର୍ବରତା ର ସୀମା ଡେଇଁ ଅତ୍ୟାଚାର କରି ଗଲେ |
ଏଟା କି ପ୍ରକାର ସସାଂର??
ଏଠି କିଏ କେମିତ ସୁରକ୍ଷିତ ,ଭାବୁଥଲା ବେଳେ ତା ହାତ ଟି କେତେବେଳେ ଗର୍ଭସ୍ଥ ଶିଶୁ କୁ ଆଉଁସି ପକାଉ ଥାଏ କାତର ଭାବ ରେ |
ସ୍ବାମି ଅଫିସ୍ ଗଲାପରେ ଏ ସବୁ ଚିନ୍ତା ରେ କେତେବେଳେ ଆଖି ପଡି ଯାଇଛି ଜଣା ନାହିଁ|
ପୁଣି ଥରେ ସେ ଡାକ ମାଁ .. ମାଁ..
କାତର ଦୃଷ୍ଟି ତା ର ଖୋଜି ବାକୁ ଲାଗିଲା ସେ ଉତ୍ସ କୁ |ବେଶି ସମୟ ଲାଗିଲାନି
ଶୁଭିଲା କଅଁଳ କାତର କଣ୍ଠ
ମାଁ ମୁଁ ତୋ ଗର୍ଭ ରୁ କହୁଛି |
ତୋ ଝିଅ… ତୋ ଗେହ୍ଲି ମୋତେ ଚିହ୍ନି ପାରୁନୁ | ସ୍ନେହ ରେ ଆଉଁସି ପକାଇଲା ବର୍ଷା |
ମୁଁ କିନ୍ତୁ ଆଉ ଆସିବିନି ମାଁ | ଜମା ଆଉ ଆସିବିନିି

କାହିଁକି କାହିଁକି ଲୋ ମାଁ କାହିଁକି ଆସିବୁନି ????କିଏ କଣ ତୋତେ କହିଲା କି ମାଁ
ଆତଂକିତ କାତରିତ ସ୍ବର ରେ ପଚାରିଲା ବର୍ଷା
ତୁ ତ ଆମର ପ୍ରଥମ ସନ୍ତାନ ହେବୁ .|ତୋତେ ପାଇବାକୁ କେତେ ପୁଜାଦୁଜା ତୋ ପାପା ମୁଁ କରିଛୁ |ତୁ କାହିଁକି ଆସିବୁନି???
ଦୁଃଖ ଓ ନିରାଶ ର ଏ ପ୍ରଶ୍ନ ରେ ଆହୁରି ଅଧିକ ନିରାଶ ବ୍ୟାକୁଳ ଉତ୍ତର ଆସିଲା
‘ମୁଁ ଝିଅ ଟେ ପରା ଜାଣିପାରୁନୁ କି??ଆସି ସାରିଲା ପରେ ତୋ ଉପରେ ବୋଝ ହୋଇଯିବି |
ତୁ ଡରିବୁ ନର ରୁପ ରେ ଥିବା ରାକ୍ଷାସ ମାନ ଙ୍କୁ
ଯେଉଁ ମାନଙ୍କ ପାଖ ରେ ଝିଅ ର ମାନେ ହେଲା କେବଳ ଖେଳଣା
ସେ ଯେଉଁ ବୟସ ର ହେଉ ଥାଉନା କିଛି ଯାଏ ଆସେ ନାହିଁ |
ସମାଜ ର ନାଲି ଆଖି ସହ ମାଳ ମାଳ ନିର୍ଦ୍ଦେଶାବଳୀ
ଏମିତି ଚାଲନ୍ତିନି
ଏମିତି ବସନ୍ତିନି
ଏମିତି ହସନ୍ତିନି
ଝିଅ ମାନେ |
ଆହୁରି କେତେ କଣ |
ତାପରେ ଯୌତୁକ ରାକ୍ଷାସ ମାଡି ଆସିବ କେବଳ ମୋତେ ନୁହେଁ ତୁମ ମାନକୁ ମଧ୍ୟ କବଳିତ କରିବ |

ସେଠୁ କଣ ହେଲା ??ଆମ ଭିତରେ ତ ପୁୃଅ ଝିଅ ର ବାଛ ବିଚାର ନାହିଁ
ତୋ ପାପା ଜେଜେ ଜେଜି ଅଜା ଆଇ ଆଉ ସମସ୍ତେ ମୋଠୁ ବି ଉତ୍ସୁକତା ରେ ଅନେଇ ବସିଛନ୍ତି ତୋ ଆଗମନ କୁ |ଦୃଢ଼ତାର ସହ କହିଲା ବର୍ଷା |

ହେଲେ କଣ ହେବ ମାଁ ବାହାର ଲୋକ ତ ସହି ପାରୁ ନାହାନ୍ତି |
ନ ହେଲେ ସେ ଦିଦି ଟା କଣ କରିଥିଲା କାହାର ଯେ –
ସେ କଣ ଛୋଟ ଡ୍ରେସ ପିନ୍ଧି ଥିଲା କି, ନା କଣ ସେ ଲିପ୍ସଟିକ ଲଗାଇ ଥିଲା କି(ମାଁ ଏ ଗୁଡା କଲେ କଣ ଅମଣିଷ ପଶୁ ମାନେ ଲାଇସେନ୍ସ ପାଇଯାଆନ୍ତି ଯେ ବର୍ବରତା କରିବାକୁ ?????)ତଥାପି ସେ ଦିଦି ଟା ତ ସେମିତି ବି କିଛି କରିନି |ତା ମାଁ କୋଳ ରେ ଶୋଇ ଥିଲା ତା ପାପା ବି ଥିଲେ ତାହେଲେ ସେ ବଦମାସ ଲୋକ ଗୁଡା କାହିଁକି କେମିଚି ଏମିତି ନିଷ୍ଠୁରଚା ଦେଖାଇଲେ ???
ନା ଲୋ ମାଁ ମୋତେ ଡାକେନା . ମୁଁ ଫେରି ଯାଉଛି ମୋତେ ମିଛ ରେ ମାରି ଦେବେ | ତା ଅପେକ୍ଷା ମୋତେ ତୋ ଭିତରେ ରହିବାକୁ ଦେ ମାଁ , ମୋତେ ଆଉ ଡାକେନି |
ଠାଏ କିନା କିଏ ଚଟକଣି ଟେ ବସେଇଲା ପରା|!!!!
ବର୍ଷାର ନିଦ ଉଡିଗଲାା ସର ସର ଝାଳ ରେ ଓଦା ହୋଇ ଯାଇଛି |
ସତ କି ସ୍ବପ୍ନ ପରଖି ପାରୁନି ଛାତି ଧଡ ଧଡ ହେଉଛି
ଧୀରେ ଧୀରେ ସାଷ୍ଟମ ହେଲା ନିଜ ଭିତର କୁ ଦେଖିଲା… କେମିତି କ ଣ କରିବ କିଛି ବୁଝି ନ ପାରି ପ୍ରଥମେ ଥଣ୍ଡା ପାଣି ବୋତଲେ ପି ଦେଲା ପରେ ନିଜ ଖଟ ରେ ତକିଆ ଦେଇ ଗଡି ପଡିଲା |
ଏ ସତ୍ୟ ନ ହେଲେ ବି ଯେ ସ୍ବପ୍ନ ନୁହଁ
ବର୍ତ୍ତମାନ ର ସମୟ ର ପରିସ୍ତିତି ରେ ଏପର ଦୁଃ ସ୍ବପ୍ନ ଆସିବା କିଛି ଆଶ୍ଚର୍ଯ୍ୟ କଥା ନୁହେଁ |
ତାହେଲେ କ’ଣ କରିବ ବର୍ଷା???
ନିଷ୍ପତି ନେଲା ନା ହାର୍ ମାନିଲେ ହେବ ନାହିଁ , କିଛି କରିବାକୁ ହେବ|
ସିଧା ବସିଲା ଦୃଢ଼ ପ୍ରତୟ ର ହାତ ଟି ଗର୍ଭସ୍ଥ ଶିଶୁ ଉପରେ ରଖି କହିଲା,– ମାଁ ରେ ମୋ ଧନ ଏମିତି ଡରି ଗଲେ ତ ସବୁ ସରି ଯିବ ରେ ମାଁ
ଚୋର ରେ ମାନ କରି ଖପରା ରେ ଖାଇବା ???
ଏଠି ବର୍ବର ଲମ୍ପଟ ନିଷ୍ଠୁର ରାକ୍ଷସ ପ୍ରବୃତି ର ଲୋକ ଯଦିବା ଅଛନ୍ତି
ସେଠି ତୋ ପାପା ଜେଜେ ଅଜା ପରି ଏମିତି ଅନେକ ସ୍ନେହି ମର୍ଯ୍ୟଦା ଦେଉ ଥିବା ପୁରୁଷ ମାନଙ୍କ ସଖ୍ୟା ମଧ୍ୟ କମ୍ ନୁହନ୍ତି|
ତୁ ଯଦି ଡରିଯିବୁ ତୋ ସାଙ୍ଗ ରେ ଆସୁଥିବା ବା ତୋ ପରେ ଆସୁଥିବା ଝିଅ ମାନେ ଡରି ଯିବେ ଏ ସଂସାର ଧ୍ବଂସ ହୋଇଯିବ |
ମୁଁ ପରା ଝିଅଟିଏ ସେଥି ପାଇଁ ତ ତୋତ ଗର୍ଭ ରେ ଧାରଣ କରି ପାରିଛି
ସୃଷ୍ଠି କୁ ଧାରଣ କରି ପାରୁଛି |
ଆଉ ତୁ ଡରିଗଲେ ରୁଷିଲେ କଣ୍ ହେବ ଏ ସୃଷ୍ଠି ର
ନାରେ ମାଁ ଏତେ ନିଷ୍ଠୁର ହୁଅଅ..ନି ମାଁ ମୋ ଧନ |
ଆମେ ସୃଷ୍ଠି ର ଆଧାର , ଧ୍ବସଂ କରିପାରୁ ସଂସାର
ଆମେ ଦୟାମୟୀ ସହଣଶୀଳା ଆମେ ମଧ୍ୟ କ୍ଷମାମୟୀ
ଆଉ ରହିଲା ଏ ରାକ୍ଷାସ ଅମଣିଷ ମାନକଂ କଥା |
ଏମାନକଂ ଉପରେ ଅଭିମାନ କରି ଏତେ ସୁନ୍ଦର ଦୁନିଆ କୁ ଆସିବୁନି???
ମୋତେ ମାଁ ହେବାରୁ ବଂଚିତ କରିବୁ??? କି ଦୋଷ କରିଛି ମାଁ ମୁଁ???
ତୁ ଆସିବୁ ତୁ ଆସ .. ହକ୍ ସହ ଆସେ ା
ଦେଖା ତୋ ଦୁର୍ଗା ରୁପ
ଦେଖା ତୁ ଯେ କାଳୀ ,|
ରକ୍ତ ପି ରକ୍ତବୀଜ କୁ ବି ନିଃଶେଷ କରିବା ର ଶକ୍ତି ଅଛି ତୋର ଦେଖାଇବା କୁ ପଡିବ ତୋତେ |
ତୋତେ ତିଆର କରିବି ମୁଁ ସ୍ବୟଂ ସମ୍ପୁର୍ଣ କରି|
ତୁ ଆସିବୁ ତୋତେ ଆସିବାକୁ ପଡିବ|
ନର୍ଭୟ ରେ ଆସେ ମୋ କୋଳ ମଣ୍ଡନ କରି |
ମୁଁ ଯେ ଝିଅ ର ମାଁ ବୋଲି ଗର୍ବ କରିବାକୁ ଦେ ମୋତେ |

Door bell ରେ ଭାଙ୍ଗି ଗଲା ଭାବନା
ମୁରକି ହସି ସ୍ନେହ ର ହାତ ଟି ପେଟ ଉପରେ ବୁଲାଇ ଆଣି ଦୁଆର ଖୋଲିବାକୁ ଉଠିଲା |
ଅପେକ୍ଷା ରେ ଥିବା ମାଁ ଟି ର ସନ୍ତୁଷ୍ଠି ଦେଖିହେଉଥିଲା ||

ସଙ୍ଘମିତ୍ରା ଦଳେଇ
ବ୍ରହ୍ମପୁର , ଗଞାମ
÷÷÷÷÷÷÷÷÷÷÷÷÷

LEAVE A REPLY

Please enter your comment!
Please enter your name here