ତୁମ ବିନା ମୋ ଜୀବନ

0
1866

ତୁମ ବିନା ମୋ ଜୀବନ ଏକ ଉଷ୍ମ ମରୁଭୂମି,
ଯେଉଁଆଡ଼େ ଦେଖିଲେ କେବଳ ଉତ୍ତପ୍ତ ବାଲୁକା ସ୍ତୁପ,
ତୃଷ୍ଣା ମେଣ୍ଟାଇବା ଆଶାରେ ହାତରେ ଆସୁଛି–କେବଳ ମୁଠା ମୁଠା ଉଷ୍ମ ବାଲି।

ତୁମ ବିନା ମୋ ଜୀବନ ଏକ ଅଶାନ୍ତ ସମୁଦ୍ର,
ଯେଉଁଆଡ଼େ ଦେଖିଲେ କେବଳ ବିଶାଳ ଲହରୀ,
ତୃଷ୍ଣା ମେଣ୍ଟାଇବା ଆଶାରେ ହାତରେ ଆସୁଛି–କେବଳ ଅଞ୍ଜୁଳା ଅଞ୍ଜୁଳା ଲବଣ ଜଳ।

ତୁମ ବିନା ମୋ ଜୀବନ ଏକ ନଗ୍ନ ପାହାଡ,
ଯେଉଁଆଡ଼େ ଦେଖିଲେ କେବଳ ପ୍ରସ୍ତର ଖଣ୍ଡ,
ତୃଷ୍ଣା ମେଣ୍ଟାଇବା ଆଶାରେ ହାତରେ ଆସୁଛି–କେଵଳ ଶୁଷ୍କ ଧୂସର ଧୂଳି।

ତୁମ ବିନା ମୋ ଜୀବନ ଏକ ଅନ୍ଧାର ଗୃହ,
ଯେଉଁଆଡ଼େ ଦେଖିଲେ କେବଳ ଅସରନ୍ତି ସନ୍ଧ୍ୟା,
ତୃଷ୍ଣା ମେଣ୍ଟାଇବା ଆଶାରେ ହାତରେ ଆସୁଛି–କେବଳ ଅଂସଖ୍ୟ ବୁଢିଆଣି ଜାଲ।

କେବେ ଆସିବ ମୋ ଜୀବନେ ପ୍ରେମଭରା ପ୍ରଣୟ ବସନ୍ତ,
କେବେ ହେବ ମୋ ଜୀବନେ ପ୍ଲାବିତ ପ୍ରୀତି ଭରା ଧରା ଶ୍ରାବଣ,
ଯାହାଦ୍ୱାରା ମୋ ଆବେଗଭରା ଅଶାନ୍ତ ମନ ହେବ ଶାନ୍ତ,
ନୂତନ କୁସୁମର ମହକରେ ମନର ଚଉଦିଗ ହେବ ପ୍ଲାବିତ,
କୌତୁହଳରେ ମୋ ମନ ଗାଇଉଠିବ ମଧୁର ଅସରନ୍ତି ପ୍ରୀତିଭରା ଗୀତ।

LEAVE A REPLY

Please enter your comment!
Please enter your name here