ଜିଲ୍ଲା ସଭାପତିଙ୍କ ନାମ ତାଲିକା ଘୋଷଣା କଲା ବିଜେପି, ୩୨ସାଙ୍ଗଠନିକ ଜିଲ୍ଲାରେ ରେ ନୂଆଁ ମୁହଁ l

0
727

ଭୁବନେଶ୍ୱର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ଭାରତୀୟ ଜନତା ପାର୍ଟି ଓଡିଶା ପ୍ରଦେଶର ୩୪ଟି ସାଂଗଠନିକ ଜିଲ୍ଲା ସଭାପତିଙ୍କ ନାମ ଶୁକ୍ରବାର ଘୋଷଣା କରିଛି। ୪ ବିଧାୟକ ଓ ୨ ପୂର୍ବତନ ବିଧାୟକଙ୍କୁ ଜିଲ୍ଲା ସଭାପତି ପଦ ମିଳିଛି। ୨ ସଭାପତି ପଦ ବଜାୟ ରଖିଥିବା ବେଳେ ୩୨ରେ ନୂଆଁ ମୁହଁକୁ ସଭାପତି ଦାୟିତ୍ଵ ଦିଆଯାଇଛି। ମାତ୍ର ଦଳ ପକ୍ଷରୁ ଭୁବନେଶ୍ଵର ଓ କଳାହାଣ୍ଡି ଜିଲ୍ଲା ସଭାପତି ଘୋଷଣା କରାଯାଇନି।ଓଡିଶା ପ୍ରଦେଶର ଜିଲ୍ଲା ସଭାପତି ନିର୍ବାଚନ ଡିସେମ୍ବର ୧୫ ଓ ୧୬ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା । ଏହା ପୂର୍ବରୁ ରାଜ୍ୟସ୍ତରୀୟ ନେତୃବୃନ୍ଦମାନେ ବିଭିନ୍ନ ଜିଲ୍ଲା ଗସ୍ତ କରି ଜିଲ୍ଲା ଓ ମଣ୍ଡଳ ସ୍ତରର ନେତୃମଣ୍ଡଳୀଙ୍କ ସହ ଆଲୋଚନା କରି ମତାମତ ସଂଗ୍ରହ କରିଥିଲେ । ଡିସେମ୍ବର ୧୫ ଓ ୧୬ ଦୁଇ ଦିନ ଧରି ଅନୁଷ୍ଠିତ ଜିଲ୍ଲା ସଭାପତି ନିର୍ବାଚନର ଫଳାଫଳ ଆଜି ରାଜ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ରଂଜନ ପଟେଲଙ୍କ ଅନୁମୋଦନ କ୍ରମେ ରାଜ୍ୟ ସହ ନିର୍ବାଚନ ଅଧିକାରୀ ଓ ମୁଖପାତ୍ର ଶ୍ରୀ ସୁଦୀପ୍ତ ରାୟ ଘୋଷଣା କରିଛନ୍ତି ।ଜିଲ୍ଲା ସଭାପତିମାନେ ହେଲେ ଅନୁଗୁଳ – ଡିଲେଶ୍ୱର ପ୍ରଧାନ,ଢେଙ୍କାନାଳ- ନରେଶ ମହାପାତ୍ର, କଟକ ନଗର- ଲଲାତେନ୍ଦୁ ବଡୁ,କଟକ ସଦର- ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା,ଜଗତସିଂହପୁର- ସତ୍ୟବର୍ତ ମହାପାତ୍ର, କେନ୍ଦ୍ରାପଡା- କିଶୋର ପଣ୍ଡା, ଯାଜପୁର- ଗୌତମ ରାୟ, ଭଦ୍ରକ- ହେମନ୍ତ ପାଢୀ, ବାଲେଶ୍ୱର- ଉମାକାନ୍ତ ମହାପାତ୍ର, ବାରିପଦା- ପୂର୍ବତନ ବିଧାୟକ କାନ୍ଦରା ସୋରେନ, ରାଇରଙ୍ଗପୁର- ବିଧାୟକ ନବଚରଣ ମାଝୀ, କେନ୍ଦୁଝର- ଅଂଶୁମାନ ସବୁଜ ମହନ୍ତ ବର୍ମା, ସୁନ୍ଦରଗଡ(ବଣାଇ)- ଅନୀଲ ବାର୍ଲା, ସୁନ୍ଦରଗଡ (ପାନପୋଷ)- ଲତିକା ପଟ୍ଟନାୟକ, ସୁନ୍ଦରଗଡ- ବିଧାୟକ ଭବାନୀ ଭୋଇ, ଝାରସୁଗୁଡା- ମଙ୍ଗଳ ସାହୁ, ଦେବଗଡ- ମୀନ କେତନ ପ୍ରଧାନ, ସମ୍ବଲପୁର- ଗିରିଶ ପଟେଲ, ବରଗଡ- ଅଶ୍ୱନୀ ଷଡଙ୍ଗୀ, ବୌଦ୍ଧ- ବିପ୍ର ଚରଣ ମହାନ୍ତି, ସୁବର୍ଣ୍ଣପୁର- ପ୍ରମୋଦ ମହାପାତ୍ର, ବଲାଙ୍ଗୀର- ଶିବାଜୀ ମହାନ୍ତି, ନୂଆପଡା- ସୁବ୍ରତ ଠାକୁର, କନ୍ଧମାଳ- ଜଗନ୍ନାଥ ସାହୁ, ନବରଙ୍ଗପୁର- ଜଗଦୀଶ ବିଶୋଇ, କୋରାପୁଟ- ସୁମନ୍ତ ପ୍ରଧାନ, ମାଲକାନଗିରି- ବିଧାୟକ ଆଦିତ୍ୟ ମାଢୀ, ରାୟଗଡା- ଶିବ ପଟ୍ଟନାୟକ, ଗଜପତି- ବିଧାୟକ କେ. ନାରାୟଣ ରାଓ, ଗଂଜାମ-ବିଭୂତି ଜେନା, ଗୁମୁସର- ଗୋକୁଳାନନ୍ଦ ମଲ୍ଲିକ, ନୟାଗଡ-ଲାଲା ମନୋଜ ରାୟ, ଖୋର୍ଦ୍ଧା- ରଶ୍ମି ରଂଜନ ମହାପାତ୍ର, ପୁରୀ- ଆଶ୍ରିତ ପଟ୍ଟନାୟକ ବୋଲି ଶ୍ରୀ ରାୟ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here