ବିଜେପି ଜିଲ୍ଲା ସଭାପତିଙ୍କୁ ମାରାଣାନ୍ତକ ଆକ୍ରମଣ

0
802

ଭୁବନେଶ୍ଵର : ବିଜେପି ଭୁବନେଶ୍ଵର ସାଙ୍ଗଠନିକ ଜିଲ୍ଲା ସଭାପତିଙ୍କୁ ମାରାଣାନ୍ତକ ଆକ୍ରମଣ। ଏକାମ୍ର ହାଟ ନିକଟରେ କିଛି ଦୁର୍ବୃତ୍ତ ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କୁ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶୁକ୍ରବାର ବିଜେପି ଭୁବନେଶ୍ଵର ସଭାପତି ହରେକୃଷ୍ଣ ଖୁଣ୍ଟିଆ ଏକାମ୍ର ହାଟ ନିକଟରେ ନିଜର ଜଣେ ବନ୍ଧୁଙ୍କ ଅଫିସରେ ବସିଥିଲେ। ସେହି ସମୟରେ ୧୦ରୁ ଅଧିକ ଦୁର୍ବୃତ୍ତ ତାଙ୍କୁ ସଂଘବଦ୍ଧ ଭାବରେ ଆକ୍ରମଣ କରିଥଲେ। ପରେ ଅଫିସ୍‌ରେ ମଧ୍ୟ ଭଙ୍ଗାରୁଜା କରିଥିଲେ। ଆକ୍ରମଣରେ ହରେକୃଷ୍ଣ ଗୁରୁତର ହୋଇଥିଲେ। ତାଙ୍କୁ ସେଠାରୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହେଲେ ଏପର୍ଯ୍ୟନ୍ତ ଆକ୍ରମଣର କାରଣ ସ୍ପଷ୍ଟ ହୋଇପାରିନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here