୫ଦଫା ଦାବୀରେ ଓଡିଶା ରାଜ୍ୟ ଆଶା ଓ ଆଶାସଥୀ ସଙ୍ଘ ପକ୍ଷରୁ ଶୋଭାଯାତ୍ରା ଓ ପ୍ରତିବାଦ ସଭା।

0
607

ଗଞ୍ଜାମ(ଶକ୍ତିଧର ରାଜଗୁରୁ/ନ୍ୟୁଜ ଏକ୍ସଟ୍ରା) : ୫ଦଫା ଦାବିରେ ଓଡିଶା ରାଜ୍ୟ ଆଶା ଓ ଆଶା ସାଥୀ ସଙ୍ଘ ପକ୍ଷରୁ ଛତ୍ରପୁର ଠାରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନସ୍ଥ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନରେ କାର୍ଯ୍ୟରତ ଏହି ଆଶା ଓ ଆଶାସାଥୀ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି। ଗତ ୨୦୧୮ମସିହା ସେପ୍ଟେମ୍ବର ୧୧ତାରିଖରେ ଖୋଦ ପ୍ରଧାନମନ୍ତ୍ରୀ ଆଶା ସାଥୀଙ୍କ ମାସିକ ଦରମା୩ହଜାରରୁ ବୃଦ୍ଧି କରି ୬ହଜାର ଘୋଷଣା କରିଥିଲେ। କିନ୍ତୁ ଏକ ବର୍ଷ ପରେ ମଧ୍ୟ ଓଡ଼ିଶାରେ ରାଜ୍ୟ ସରକାର ଆଶା ସାଥୀଙ୍କୁ ସେମାନଙ୍କର ବର୍ଦ୍ଧିତ ପ୍ରାପ୍ୟ ଦେବାରେ ଅବହେଳା କରିଛନ୍ତି। ତୁରନ୍ତ ଏହି ବର୍ଦ୍ଧିତ ଦରମା ବକେୟା ସହିତ ପ୍ରଦାନ ଦାବିରେ ସଙ୍ଘ ପକ୍ଷରୁ ଆନ୍ଦୋଳନ କରାଯାଇଛି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ରାଜ୍ୟବ୍ୟାପୀ କରିବାକୁ ସଙ୍ଘ ଚେତାବନୀ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here