ମଲାଇ କୋପ୍ତା

0
821

ଆବଶ୍ୟକ ସାମଗ୍ରୀ- ୨୫୦ଗ୍ରାମ୍ ପନୀର, ୧୦୦ଗ୍ରାମ୍ ଖୁଆ, ୫୦ଗ୍ରାମ୍ କାଜୁ, ୫୦ଗ୍ରାମ୍ ମଗଜ, ୧ବଡ଼ ଚାମଚ ଅଦା ବଟା, ୧ବଡ଼ ଚାମଚ ରସୁଣ ବଟା, ଅଳ୍ପ ଧଳା ଗୋଲମରିଚ,ଧନିଆ ପତ୍ର, ଆବଶ୍ୟକ ମୁତାବକ ଲୁଣ ଏବଂ ଘିଅ ।
ପ୍ରସ୍ତୁତ ପ୍ରଣାଳୀ – ପ୍ରଥମେ କାଜୁ ଏବଂ ପିସ୍ତାକୁ ଵାଟନ୍ତୁ, କିସ୍ମିସ୍କୁ ଭଲ ଭାବରେ କାଟନ୍ତୁ । ପନୀର ଏବଂ ଖୁଆକୁ ଧଳା ଗୋଲମରିଚକୁ ପକାଇ ଭଲଭାବରେ ଚକଟି ମିଶାଇ ଦିଅନ୍ତୁ । ଏହି ମିଶ୍ରଣକୁ ୧୨ଭାଗରେ ଭାଗ କରିନିଅନ୍ତୁ । ପ୍ରତିଟି ଭାଗରେ କଟା କିସ୍ମିସ୍କୁ ରଖି ଭଲ ଭାବରେ ଗୋଲ ଗୋଲ କରନ୍ତୁ । ଏବେ ପ୍ୟାନ୍ରେ ତେଲ ଗରମ କରି କୋପ୍ତାକୁ ତେଲରେ ଭାଜନ୍ତୁ । କାଜୁ ଏବଂ ମଗଜକୁ ଅଳ୍ପ ପାଣିରେ କିଛି ସମୟ ଭିଜାଇ ଏହାର ପେଷ୍ଟ ବନାନ୍ତୁ । କଡ଼େଇରେ ଘିଅ ଗରମ କରି ଅଦା-ରସୁଣ ପେଷ୍ଟକୁ ପକାନ୍ତୁ । ଏଥିରେ କାଜୁ ଏବଂ ମଗଜର ପେଷ୍ଟକୁ ପକାନ୍ତୁ କିଛି ସମୟ କିଛି ଅଳ୍ପ ପାଣି ଦେଇ ଧିମା ଆଞ୍ଚରେ ଫୁଟାନ୍ତୁ । କିଛି ସମୟ ପରେ ଚୁଲିରୁ ତରକାରୀକୁ ବାହାର କରି ଏଥିରେ ଭଜାହୋଇଥିବା କୋପ୍ତାକୁ ପକାନ୍ତୁ । ଏବେ ଏହାକୁ ଏକ ପାତ୍ରରେ ଢାଳି ସଜ କ୍ରିମ ଓ କଟା ଧନିଆ ପତ୍ରରେ ସଜେଇ ସର୍ଭ କରନ୍ତୁ ।

LEAVE A REPLY

Please enter your comment!
Please enter your name here