କଳ୍କୀ ଭଗବାନଙ୍କ ଆଶ୍ରମରେ ରେଡ;୫୦୦ କୋଟିର ଅଘୋଷିତ ସମ୍ପତ୍ତି ଠାବ ,୮୮କିଲୋ ସୁନା ଜବତ

0
781

ବେଙ୍ଗାଲୁରୁ: ଧାର୍ମିକ ଗୁରୁ କଳ୍କୀ ଭଗବାନଙ୍କ ଆଶ୍ରମ ଏବଂ ଏହା ସହ ଜଡିତ ୪୦ ସ୍ଥାନରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଏଥିରେ ପ୍ରାୟ ୫୦୦ କୋଟି ଟଙ୍କାର ଅଘୋଷିତ ଆୟ ଠାବ ହୋଇଛି। ଚଢ଼ାଉ ବେଳେ ବିଭାଗ ପ୍ରାୟ ୪୩.୯ କୋଟି ନଗଦ ଟଙ୍କା, ୧୮ କୋଟି ଟଙ୍କା ମୂଲ୍ୟର ବିଦେଶୀ ମୁଦ୍ରା ଏବଂ ୮୮ କିଲୋ ସୁନା ମଧ୍ୟ ଜବତ କରିଛି। ଶୁକ୍ରବାର ଏହାର ମୋଟ ମୂଲ୍ୟ ପ୍ରାୟ ୯୩ କୋଟି ହେବ ବୋଲି ବିଭାଗ ଦେଇଥିବା ସୂଚନାରୁ ଜଣାପଡିଛି। ଆତ୍ମଘୋଷିତ ଏହି ଧାର୍ମିକ ଗୁରୁ ଜଣକ ନିଜକୁ ଭଗବାନ ବିଷ୍ଣୁଙ୍କ ୧୦ମ ଅବତାର ବୋଲି ପରିଚୟ ଦେବାସହ ‘ଓ୍ବାନ୍ନେଶ୍ ଫିଲୋଶଫି’ପ୍ରଚାର କରୁଥିଲେ। ବିଭାଗ ପକ୍ଷରୁ କଳ୍କୀ ଓ ତାଙ୍କ ପୁଅ ଏନ୍ଭିକେ କୃଷ୍ଣାଙ୍କ ନାମରେ ଚେନ୍ନାଇ, ହାଇଦ୍ରାବାଦ, ବାଙ୍ଗାଲୋର ଏବଂ ଭରଦେୟାପାଲେମ ଭଳି ସ୍ଥାନରେ ଥିବା ସମ୍ପତ୍ତି ଉପରେ ଚଢାଉ ହୋଇଥିଲା। ଟିକସ ଠକିବା ଲାଗି ଏହି ଗ୍ରୁପ ଅଫ୍ ଟ୍ରଷ୍ଟ ପକ୍ଷରୁ ଦେଶ ତଥା ବିଦେଶର ବିଭିନ୍ନ କମ୍ପାନୀରେ ନିବେଶ କରିଛି। ଏହି କମ୍ପାନୀଗୁଡିକ ଚାଇନା, ଆମେରିକା ସିଙ୍ଗାପୁର ଏବଂ ୟୁଏଇ ଭଳି ଦେଶଗୁଡିକରେ ରହିଛି। ଗ୍ରୁପର ଟିକସଯୁକ୍ତ ଆୟ ବିଦେଶକୁ ଚାଲାଣ ଉପରେ ବିଭାଗ ତଦନ୍ତ ଜାରି ରଖିଛି। ଉକ୍ତ ଗ୍ରୁପ ୧୯୮୦ରେ ଧାର୍ମିକ ଗୁରୁଙ୍କ ଦ୍ୱାରା ସ୍ଥାପନ କରାଯାଇଥିଲା। ସମୟକ୍ରମେ ଏହା ରିୟଲ ଇଷ୍ଟେଟ, ନିର୍ମାଣ, କ୍ରୀଡା ଭଳି କ୍ଷେତ୍ରକୁ ପ୍ରବେଶ କରିଥିଲା। ଗ୍ରୁପକୁ ନିଜେ କଳ୍କୀ ଭଗବାନ ଏବଂ ତାଙ୍କ ପୁତ୍ର ପରିଚାଳନା କରୁଛନ୍ତି। ବିଦେଶରୁ ଗ୍ରାହକଙ୍କୁ ଆକୃଷ୍ଟ କରିବା ସହ ସେମାନଙ୍କଠାରୁ ମୋଟା ଅଙ୍କର ବିଦେଶୀ ମୁଦ୍ରା ଗ୍ରୁପ ଲାଭ କରୁଥିଲା। ଏହି ଅର୍ଥରୁ ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁ ଭଳି ସ୍ଥାନରେ ସ୍ଥାବର ସମ୍ପତ୍ତି କ୍ରୟ କରାଯାଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here